ଓଡିଶା

odisha

ETV Bharat / city

SSC ଦୁର୍ନୀତି: ସୋମବାର ବିଧାନସଭା ଘେରିବ ଛାତ୍ର କଂଗ୍ରେସ - SSC Corruption protest

ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତିକୁ ବିରୋଧ କରି ଆସନ୍ତାକାଲି(ସୋମବାର) ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ। ଅଧିକ ପଢନ୍ତୁ...

SSC ଦୁର୍ନୀତି: ସୋମବାର ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
SSC ଦୁର୍ନୀତି: ସୋମବାର ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

By

Published : Sep 5, 2021, 3:43 PM IST

Updated : Sep 5, 2021, 3:49 PM IST

ଭୁବନେଶ୍ବର: ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ଆସନ୍ତା ସୋମବାର ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ କହିଛି ଯେ, କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମେ ବିକ୍ଷୋଭ କଲୁ। ରାଜ୍ୟ ସାରା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ଦସ୍ତଖତ ଅଭିଯାନ କରି ଛାତ୍ର ସମାଜ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ଜାଣିବାକୁ ପାଇଛୁ।

SSC ଦୁର୍ନୀତି: ସୋମବାର ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଜଣେ କିରାଣୀକୁ ଧରି ସରକାର ଚୁପ ଥିବା ବେଳେ କାହିଁକି କମିଶନଙ୍କୁ ତଦନ୍ତ ପରିସରକୁ ଆଣୁନାହାନ୍ତି? ଏହି ଦାବିରେ ସାରା ରାଜ୍ୟରୁ ଛାତ୍ରଛାତ୍ରୀ ଆସି ଆନ୍ଦୋଳନରେ ଯୋଗ ଦେବେ। ଏହାସହ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀଙ୍କ ନାଁ ଥିଲା କିନ୍ତୁ, ଚାର୍ଜସିଟରୁ ନାଁ ଉଭେଇଗଲା। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଉ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ନଚେତ ସେ ତଦନ୍ତକୁ ପ୍ରଭାବିତ କରିବେ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅନ୍ୟପଟେ ଯୁକ୍ତ ଦୁଇ ଡ୍ରପଆଉଟ ପିଲାଙ୍କ ରେଜଲ୍ଟରେ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। ଏପରିକି ଗଣଶିକ୍ଷା ମନ୍ତ୍ରୀଙ୍କୁ ଶିଖା ବ୍ୟବସ୍ଥାକୁ ସମ୍ଭାଳି ପାରୁନଥିବା ଅଭିଯୋଗ କରି ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 5, 2021, 3:49 PM IST

ABOUT THE AUTHOR

...view details