ଭୁବନେଶ୍ବର:ଓଡ଼ିଶା ଷ୍ଟାଫ ସିଲେକ୍ସନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ପଇସା ଦିଅ ଚାକିରୀ ନିଅ ଏହି ନାରା ଦେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । ଏନେଇ ଆଜି(ଶନିବାର) ମହର୍ଷି କଲେଜ କ୍ୟାମ୍ପସରେ ଏକ ସଚେତନତା ଦସ୍ତଖତ କ୍ୟାମ୍ପେନ କରିଛି ଛାତ୍ର କଂଗ୍ରେସ ।
ଭଲ ପାଠ ପଢ଼ି ଯୁବକମାନେ ବେକାର ବୁଲୁଥିବାବେଳେ ପରୀକ୍ଷା ପୂର୍ଵରୁ ଏଠି ଚାକିରୀ ବିକ୍ରି ହେଉଥିବା କଂଗ୍ରେସର ଅଭିଯୋଗ କରିଥିଲା । ତେଣୁ ପଇସା ନୁହେଁ ଯୋଗ୍ୟତା ବା ଜ୍ଞାନ ଅନୁସାରେ ଚାକିରୀ ଦେବା ସହ ଏହି ବିଭାଗରେ ହେଉଥିବା ଦୁର୍ନୀତିକୁ ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ଛାତ୍ରୀ କଂଗ୍ରେସ ଦାବି ହୋଇଥିଲା ।