ଓଡିଶା

odisha

ETV Bharat / city

ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ଧାରଣା - ମଦ ବିକ୍ରିକୁ ବିରୋଧ

ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘେରାଉ କରାଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

student congress protest
ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଲା ଛାତ୍ର କଂଗ୍ରେସ

By

Published : Dec 31, 2019, 11:28 PM IST

ଭୁବନେଶ୍ବର: ନୂଆବର୍ଷ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ବିରୋଧ । ଏହାକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମଦ ଦୋକାନ ଖୋଲିବା ପ୍ରତିବାଦରେ ଦଳୀୟ କର୍ମୀ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଏପଟେ ବିକ୍ଷୋଭକାରୀଙ୍କୁ ପୋଲିସ ମନ୍ତ୍ରୀଙ୍କ ବାସଭବନ ନିକଟରୁ ଉଠାଇ ନେଇଛି।

ନୂଆବର୍ଷ ପାଇଁ ସରକାରଙ୍କ ପକ୍ଷରୁ ରାତ୍ରି 1ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ଦିନ ମାନଙ୍କରେ ରାତ୍ରି 10ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଥିବା ବେଳେ ଏହାକୁ ନୂଆ ବର୍ଷ ପାଇଁ 12ଟା ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ପୁଣି ଏହାକୁ ଘୁଞ୍ଚାଯାଇ ସମୟ ବଢାଯାଇଛି ।ଏହା ଦ୍ବାରା ସରକାର ଚୋର ଡକାୟତ ଓ ଲମ୍ପଟଙ୍କୁ ପ୍ରୋତ୍ସାହନ ଦେବା ସହ ରାତ୍ରିରେ ସାଧାରଣ ନାଗରିକ ଓ ମହିଳାଙ୍କ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଲା ଛାତ୍ର କଂଗ୍ରେସ

ଏହା ସଂସ୍କୃତିକୁ ନଷ୍ଟ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଉଥିବା କୁହାଯାଇଛି । ସରକାର ଏପରି ନିଷ୍ପତ୍ତିର ଅପସାରଣ କରିବା ସହ ମଦ ବ୍ୟାନ ଉପରେ ନିଷ୍ପତ୍ତି ନେବାକୁ ଛାତ୍ର କଂଗ୍ରେସ କର୍ମୀ ଦୁର୍ଗା ପ୍ରସାଦ ମହଲା ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details