ଭୁବନେଶ୍ବର: ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ରାଜଧାନୀରେ ବିକ୍ଷୋଭ କଲା ଛାତ୍ର କଂଗ୍ରେସ । ଆଜି ଏନେଇ ସଂଗଠନ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କରାଯାଇଛି । ଛାତ୍ର କଂଗ୍ରେସର କର୍ମୀ ମାନେ କଂଗ୍ରେସ ଭବନରୁ ଏକ ରାଲିରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପହଞ୍ଚି ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।
ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ - youth congress demand cm resign
ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ରାଜଧାନୀରେ ବିକ୍ଷୋଭ କଲା ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀ କୁଶପୁତଳିକା ଦାହ ସହ ଇସ୍ତଫା ଦାବି କଲା ସଂଗଠନ। ପଢନ୍ତୁ ଅଧିକ......
ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ
ରାଜ୍ୟରେ ନାରୀଙ୍କ ପ୍ରତି ଅସଦାଚରଣ ବଢୁଥିବା ବେଳେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଏନସିଆରବି ତଥ୍ୟ ମଧ୍ୟ ସମାନ କଥା କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ 20 ବର୍ଷ ଶାସନ ଭିତରେ ମହିଳାଙ୍କୁ ସମ୍ମାନ ଦେଇପାରୁ ନଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି କହିଛନ୍ତି ଛାତ୍ର କଂଗ୍ରେସ ନେତା ୟାଶୀର ନବାଜ ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ