ଓଡିଶା

odisha

ETV Bharat / city

‘ଚାକିରୀ ବୟସ ସୀମା ୩୨ ଥିବାରୁ ଅନେକ ମେଧାବୀ ଚାକିରୀରୁ ବଞ୍ଚିତ’ - smruti ranjan lenka

ରାଜ୍ୟରେ ଦୀର୍ଘ ୨୧ ବର୍ଷର ନିରଙ୍କୁଶ ଶାସନରେ ମଧ୍ୟ ରାଜ୍ୟର ଯୁବପିଢ଼ି ନିଯୁକ୍ତି ପାଇଁ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ଚାକିରୀ ବୟସ ସୀମା ୩୨ ଥିବାରୁ ଅନେକ ମେଧାବୀ ଚାକିରୀରୁ ବଞ୍ଚିତ: ସ୍ମୃତି ରଞ୍ଜନ ଲେଙ୍କା
ଚାକିରୀ ବୟସ ସୀମା ୩୨ ଥିବାରୁ ଅନେକ ମେଧାବୀ ଚାକିରୀରୁ ବଞ୍ଚିତ: ସ୍ମୃତି ରଞ୍ଜନ ଲେଙ୍କା

By

Published : Jul 23, 2021, 10:36 PM IST

Updated : Jul 23, 2021, 10:54 PM IST

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୧ ବର୍ଷର ନିରଙ୍କୁଶ ଶାସନରେ ମଧ୍ୟ ରାଜ୍ୟର ଯୁବପିଢ଼ି ନିଯୁକ୍ତି ପାଇଁ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ଅଭିଯୋଗ କରିଛି । ସେମାନଙ୍କୁ କାମଧନ୍ଦା ଯୋଗାଇବା ସରକାରଙ୍କ ଦାୟିତ୍ବ । ତତସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟେକ ବର୍ଷ ବାହାର କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେବା ମଧ୍ୟ ସରକାରଙ୍କ ମୌଳିକ ଦାୟିତ୍ବ ।

ଚାକିରୀ ବୟସ ସୀମା ୩୨ ଥିବାରୁ ଅନେକ ମେଧାବୀ ଚାକିରୀରୁ ବଞ୍ଚିତ: ସ୍ମୃତି ରଞ୍ଜନ ଲେଙ୍କା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OSSC), ଷ୍ଟଟ ସିଲେକସନ ବୋର୍ଡ (SSB) ଆଦି ବୋର୍ଡ ଦ୍ବାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲି ଥିବା ପଦବୀ (OPSC), ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକସନ କମିଶନ (OSSSC), ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଗୁଡ଼ିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବା କଥା। ମାତ୍ର, ତାହା ଠିକ୍ ସମୟରେ ପୂରଣ ନହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । ଓଡ଼ିଶା ସରକାର ସରକାରୀ ଚାକିରୀ ପାଇଁ ଆଶାୟୀଙ୍କ ବୟସସୀମା ୩୨ ବର୍ଷରେ ସୀମିତ ରଖୁଥିବା କାରଣରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ବିଭିନ୍ନ ସାମାଜିକ, ଅର୍ଥନୈତିକ ଅବସାଦ କାରଣରୁ ‘ଅକାଶ’ ଛାତ୍ରଛାତ୍ରୀ ଚାକିରୀ ଉପଯୋଗୀ ପାଠ୍ୟକ୍ରମ ସାରିବା ବେଳକୁ ନିଯୁକ୍ତି ବୟସ ଅତିକ୍ରାନ୍ତ ହୋଇଯାଉଛି । ସରକାରୀ ନିଯୁକ୍ତି ବିଜ୍ଞାପନ ଅବଧି ମଧ୍ୟ ୫ ବର୍ଷରୁ ଅଧିକ ରହୁଥିବାରୁ ବହୁ ମେଧବୀ ଛାତ୍ରଛାତ୍ରୀ ସୁଯୋଗ ପାଉନାହାନ୍ତି। ତେଣୁ, ନିର୍ଦ୍ଦିଷ୍ଟ ବିଭାଗର ଶିକ୍ଷା ଓ ତାଲିମ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଚାକିରୀ ଦିଆଯାଉ ନଥିବାରୁ ସେମାନେ ବେକାର ହୋଇ ରହିବା ସାର ହେଉଛି ।

ବର୍ତ୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗଙ୍କ ବୟସସୀମା ୩୨ ବର୍ଷ ଥିବାବେଳେ ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ରହିଛି । ଓଡ଼ିଶାରେ ବୟସ ସୀମାରେ ଏମିତି ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଆବେଦନ ପାଇଁ ବିଶେଷ ସୁଯୋଗ ପାଇପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଯୁବକଂଗ୍ରେସ ସଭାପତି ଲେଙ୍କା । ଏହା ସତ୍ୟ ଯେ, ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଗଲେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଯିବ ।

କିନ୍ତୁ, ଯୋଗ୍ୟତମ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମୂଳକ ମନୋଭାବ ସୃଷ୍ଟି ହୋଇ ମେଧାବୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇବେ । ଅନ୍ୟପଟେ ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବହୁ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ମାନେ ମାନସିକ ସ୍ତରରେ ବିଭିନ୍ନ ଅବସାଦ ଯୋଗୁଁ ଦୁର୍ବଳ ହୋଇପଡୁଛନ୍ତି । ତେଣୁ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ କେଉଁ ବିଭାଗରେ କେତେ ସଂଖ୍ୟାରେ ପଦବୀ ଖାଲି ପଡ଼ିଛି ତାହାର ଶ୍ଵେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ହୋଇସାରିଥିବା ବେଳେ ଆମ ରାଜ୍ୟରେ ସରକାରୀ ବୟସସୀମା ବୃଦ୍ଧି ନକରିବାର ନିର୍ଦ୍ଦିଷ୍ଟ କାରଣ କ'ଣ । ସରକାରୀ ନିଯୁକ୍ତି ବିଜ୍ଞାପନର ଅବଧି ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେବାର ମୁଖ୍ୟ କାରଣ କ'ଣ, ତାର ସ୍ପଷ୍ଟୋକ୍ତି ଦିଅନ୍ତୁ ରାଜ୍ୟ ସରକାର । ଉପରୋକ୍ତ ଦାବିକୁ ନେଇ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jul 23, 2021, 10:54 PM IST

ABOUT THE AUTHOR

...view details