ଓଡିଶା

odisha

ETV Bharat / city

‘ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଅନ୍ତୁ ଆଣ୍ଡ୍ରୋଏଡ ମୋବାଇଲ’

ରାଜ୍ୟରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ନେଇ ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ତେବେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଆଣ୍ଡ୍ରୋଏଡ ମୋବାଇଲ ଫୋନ ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଅଭିଯୋଗରେ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଅଭିଯୋଗରେ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

By

Published : Oct 9, 2021, 7:42 AM IST

ଭୁବନେଶ୍ବର: ରାଜ୍ୟରେ ଅନଲାଇନ ଶିକ୍ଷା ପ୍ରଦାନରେ ରାଜ୍ୟ ସରକାର 200 ପ୍ରତିଶତ ବିଫଳ । କୋଭିଡ ସମୟରେ ଛାତ୍ରଛାତ୍ରୀ ଶିକ୍ଷା ପାଇ ପାରୁନାହାନ୍ତି। ଗଣଶିକ୍ଷା ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ 62ଲକ୍ଷରୁ 22ଲକ୍ଷ ପିଲାମାନଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ପହଞ୍ଚି ପାରୁନାହୁଁ । ରାଜ୍ୟ ସଚିବଙ୍କ ତଥ୍ୟରେ ମାତ୍ର 40 ପ୍ରତିଶତ ପିଲାଙ୍କ ପାଖରେ ଅନଲାଇନର ସୁବିଧା ମିଳୁଛି । କେନ୍ଦ୍ରର ତଥ୍ୟ ଅନୁସାରେ 67ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର 15 ଲକ୍ଷ ଛାତ୍ରଛାତ୍ରୀ ଅନଲାଇନର ସୁବିଧା ପାଉଛନ୍ତି । କୋଭିଡ ସମୟରେ ନିର୍ବାଚନରେ ବ୍ୟସ୍ତ ରହିଲେ । ସରକାର ତଥ୍ୟରେ ତାଳମେଳ ରହୁନାହିଁ । କିଏ ସତ କହୁଛି ।

ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଅଭିଯୋଗରେ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ସେପଟେ ପଞ୍ଜାବ ସରକାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଅନଲାଇନ ପାଠ୍ୟକ୍ରମ ପାଇଁ ଆଣ୍ଡ୍ରୋଏଡ ମୋବାଇଲ ଯୋଗାଇଦେଉଛନ୍ତି । ହେଲେ ରାଜ୍ୟ ସରକାର ଶିକ୍ଷା ନାଁରେ ମିଥ୍ୟା ତଥ୍ୟ ଦେଉଛନ୍ତି । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ନାହିଁ ତାଙ୍କ ପାଖରେ ଇଣ୍ଟରନେଟ ସୁବିଧା ଯୋଗାନ୍ତୁ ରାଜ୍ୟ ସରକାର । ପଞ୍ଜାବ ଭଳି ଓଡ଼ିଶାରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଆଣ୍ଡ୍ରୋଏଡ ମୋବାଇଲ ଫୋନ ସରକାର ଯୋଗାଇ ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details