ଓଡିଶା

odisha

ETV Bharat / city

କଂଗ୍ରେସରେ ବିଦ୍ରୋହ, ନିରଞ୍ଜନଙ୍କୁ ହଟାଇବାକୁ ଷଡଯନ୍ତ୍ର

ରାଜ୍ୟ କଂଗ୍ରେସରେ ଫାଟ । ସେପଟେ ଦିଲ୍ଲୀରେ ଦଳକୁ ସୁଦୃଢ କରିବା ପାଇଁ ମାନସ ମନ୍ଥନ ଚାଲିଥିବା ବେଳେ ଏପଟେ ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ।

By

Published : Sep 12, 2019, 1:56 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ପଦାରେ ପଡିଲା କଂଗ୍ରେସର ଦଳୀୟ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ । ସେପଟେ ରାଜ୍ୟ କଂଗ୍ରେସର ସ୍ଥିତି ସୁଦୃଢ କରିବା ପାଇଁ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିବା ବେଳେ ଏପଟେ ରାଜ୍ୟରେ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ ।

ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଛାତ୍ର କଂଗ୍ରେସର ଆବାହକ ଇତିଶ ପ୍ରଧାନ । ଶାସକ ଦଳ ହାତରେ ସେ ବିକ୍ରି ହୋଇଯାଇଛନ୍ତି ବୋଲି କହି ନିରଞ୍ଜନକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଇତିଶ । ନିରଞ୍ଜନଙ୍କ ପୁଅ କେବେ ଦଳୀୟ ପତକା ଧରି ନଥିବା ବେଳେ ତାଙ୍କୁ ଟିକେଟ୍ ମିଳିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ବେପାର ଓ ଟଙ୍କା ବୃଦ୍ଧି ପାଇଁ ସେ ସଭାପତି ହୋଇଛନ୍ତି । ତାଙ୍କ ପାଇଁ ହିଁ ସଙ୍ଗଠନ ବର୍ବାଦ ହୋଇଛି ବୋଲି କହି ନିରଞ୍ଜନଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି ଦଳ ତାଙ୍କ ଭାଇ( ସୋମ୍ୟ ରଞ୍ଜନ ପଟ୍ଟନାୟକ) ରିମୋଟରେ ଚାଲିଛି । ଦଳ ଏବେ ବେପାରୀଙ୍କ ଦଳରେ ପରିଣତ ହୋଇଛି । ତୁରନ୍ତ ତାଙ୍କୁ ବିଦା କରିବାକୁ ସେ ଦାବି ଉଠାଇଛନ୍ତି । ଅନ୍ୟପଟେ ଖୁବ ଶିଘ୍ର ଶତାଧିକ ଛାତ୍ର ହାଇକମାଣ୍ଡଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details