ଓଡିଶା

odisha

ETV Bharat / city

ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କଲା ଛାତ୍ର କଂଗ୍ରେସ - ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି

ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି । ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

Student Congress has demanded the arrest of journalist Arnab Goswami
ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କଲା ଛାତ୍ର କଂଗ୍ରେସ

By

Published : Jan 22, 2021, 7:07 PM IST

ଭୁବନେଶ୍ବର: ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କ ମୋବାଇଲ ଚାଟ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଯେଉଁଥିରେ ଅର୍ଣ୍ଣବ ବାର୍କର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଚାଟରେ ଅନେକ ଗୁଡିକ କଥା ପଦାକୁ ଆସିଛି । ଦେଶରେ ସୈନିକମାନେ ଆତଙ୍କବାଦୀଙ୍କ ଆକ୍ରମଣରେ ମାରୁଥିବା ବେଳେ ସେ ଏହାକୁ ଆଗତୁରା କିପରି ଜାଣିଲେ ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି।

ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କଲା ଛାତ୍ର କଂଗ୍ରେସ

ଏଥିସହ ସେ ଦେଶର ଯବାନଙ୍କ ବଳିଦାନକୁ ଭୁଲି ଯାଇଥିବା ବେଳେ ନିଜ ଚ୍ୟାନେଲର ଟିଆରପିକୁ କିଭଳି ବୃଦ୍ଧି କରିବେ ସେ ଉପରେ ଧ୍ୟାନ ଦେଉଥିଲେ । ପୁଲଓ୍ବାମା ଆକ୍ରମଣର ତିନି ଦିନ ପୂର୍ବରୁ କିଭଳି ଅର୍ଣ୍ଣବଙ୍କ ପାଖକୁ ଖବର ଆସିଥିଲା ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ପୁରା ଘଟଣାବଳୀ ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଏହା ସହିତ ଅର୍ଣ୍ଣବ ଗୋସ୍ବାମୀଙ୍କ ଦେଶଦ୍ରୋହ କାର୍ଯ୍ୟ ପାଇଁ ତାଙ୍କୁ ଗିରଫ କରାଯାଇ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଛାତ୍ର କଂଗ୍ରେସ ସଭାପତି ରାଜ୍ୟପାଳଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details