ଭୁବନେଶ୍ବର: ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ । ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଘଟଣାରେ ପୋଲିସ ସ୍ଥାଣୁତା ପାଇଁ ମନ୍ତ୍ରୀଙ୍କୁ ଦାୟୀ କଲା ଛାତ୍ର କଂଗ୍ରେସ । ଘଟଣାରେ ସମ୍ପୃକ୍ତ ସୁରେଶ ବେହେରା, ମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି ।
ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ - student congress demanded resignation of ashok panda
ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ଘଟଣାରେ ପୋଲିସ ସ୍ଥାଣୁତା ପାଇଁ ମନ୍ତ୍ରୀଙ୍କୁ ଦାୟୀ କଲା ଛାତ୍ର କଂଗ୍ରେସ । ଘଟଣାରେ ସମ୍ପୃକ୍ତ ସୁରେଶ ବେହେରା, ମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ
ଅଶୋକ ପଣ୍ଡାଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ
ଛାତ୍ର କଂଗ୍ରେସ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ଯିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । 3 ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆନଗଲେ ମନ୍ତ୍ରୀଙ୍କୁ ଚାରିଆଡେ ବିରୋଧ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ