ଓଡିଶା

odisha

ମମିତା ମର୍ଡର ତାତି: DG କ୍ୟାମ୍ପ ଅଫିସ ଘେରିଲା ଛାତ୍ର କଂଗ୍ରେସ

By

Published : Nov 16, 2021, 1:28 PM IST

Updated : Nov 16, 2021, 2:46 PM IST

ମମିତା ମର୍ଡର ଘଟଣାରେ କଂଗ୍ରେସ ହାଲ୍ଲା ବୋଲ । DGଙ୍କ କ୍ୟାମ୍ପ ଅଫିସ ଘେରାଉ କଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ମମିତା ମର୍ଡର ତାତି: DG କ୍ୟାମ୍ପ ଅଫିସ ଘେରିଲା ଛାତ୍ର କଂଗ୍ରେସ
ମମିତା ମର୍ଡର ତାତି: DG କ୍ୟାମ୍ପ ଅଫିସ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର:ରାଜ୍ୟରେ ଥମୁନାହିଁ ମମିତା ମେହେର ମର୍ଡର ତାତି । ମାମଲାର ସିବିଆଇ ତଦନ୍ତ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଉଠୁଛି ପଡୁଛି ରାଜ୍ୟ । ବିଜେପି ରାଜରାସ୍ତାରେ ଗର୍ଜନ କରିଆସୁଥିବାବେଳେ ଆଜି ପୁଣି ହାଲ୍ଲା ବୋଲ କରିଛି କଂଗ୍ରେସ । ବିଧାୟକ ସୁର ରାଉତରାୟଙ୍କ ସହ ୟାସିର‌ ନଓ୍ବାଜଙ୍କ ନେତୃତ୍ବରେ ଆଜି ଡିଜି କ୍ୟାମ୍ପ ଅଫିସ ଘେରାଉ କରିଛନ୍ତି ଶତାଧିକ ଛାତ୍ର କଂଗ୍ରେସ କର୍ମୀ ।

ମମିତା ମର୍ଡର ତାତି: DG କ୍ୟାମ୍ପ ଅଫିସ ଘେରିଲା ଛାତ୍ର କଂଗ୍ରେସ

ରାଜ୍ୟ ସରକାର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡାଉଛନ୍ତି । ଏଥିରେ ପୋଲିସର ବରିଷ୍ଠ ଅଧିକାରୀ ତଥା ଡିଜିଙ୍କ ଭୂମିକା ଥିବା ଅଭିଯୋଗ କରି ଗର୍ଜିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଶାସକ ଦଳକୁ ଟାର୍ଗେଟ କରିଛନ୍ତି କହିଛନ୍ତି, ଏହି କଳାକୁ ଯେତେ ପୋତିବେ ସେତେ କଳା ହେବେ ସରକାର । ତଦନ୍ତ ପ୍ରକ୍ରିୟାରେ ମନ୍ତ୍ରୀଙ୍କ ଭୂମିକାକୁ କିପରି ଅଣଦେଖା କରାଯାଉଛି ଏବଂ ଦକ୍ଷ ବୋଲାଉଥିବା ଡିଆଇଜି ଦୀପକ କୁମାର ନିଜର ଦକ୍ଷତାର ଧଜିଆ ଉଡାଉଛନ୍ତି, ତାହା ଜଳଜଳ ଦିଶୁଛି ।

ଏଥିସହ କଳାହାଣ୍ଡି ଏସପି ଓ ବଲାଙ୍ଗୀର ଏସପିଙ୍କୁ ତଦନ୍ତରୁ କାହିଁକି ବାଦ୍ ଦିଆଗଲା ନାହିଁ ବୋଲି ସତ୍ୟ ନାୟକ ପ୍ରଶ୍ନ କରିଛନ୍ତି । ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ତଦନ୍ତରେ ଡିଜିଙ୍କ ଭୂମିକା ସନ୍ଦେହଜନକ ବୋଲି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 16, 2021, 2:46 PM IST

ABOUT THE AUTHOR

...view details