ଓଡିଶା

odisha

ETV Bharat / city

SSC ଦୁର୍ନୀତି ନେଇ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି - ଓଡିଶା ଛାତ୍ର କଂଗ୍ରେସ

ଷ୍ଟାଫ ସିଲେକ୍ସନ କମିଶନ (SSC) ଦୁର୍ନୀତି ବିରୋଧରେ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ । ବ୍ୟାରିକେଡ ଭାଙ୍ଗି ପ୍ରବେଶ ଉଦ୍ୟମବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ସ୍କୋୟାର। ଅଧିକ ପଢନ୍ତୁ...

SSC ଦୂର୍ନୀତି ନେଇ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି
SSC ଦୂର୍ନୀତି ନେଇ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି

By

Published : Sep 7, 2021, 6:50 PM IST

ଭୁବନେଶ୍ବର: ଷ୍ଟାଫ ସିଲେକ୍ସନ କମିଶନ (SSC)ରେ ହୋଇଥିବା ଘୋଟଲା ବିରୋଧରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ । ବିଭାଗରେ ବାରମ୍ବାର ଦୁର୍ନୀତି ହେବା ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଚେହେରା ସାମ୍ନାକୁ ଆସିବା ପରେ କାହିଁକି କମିଶନଙ୍କ ତଦନ୍ତ ପରିସରକୁ ଆସନାହାନ୍ତି ବୋଲି ପ୍ରଶ୍ନ କରି ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବିଧାନସଭା ଘେରାଉ କରିବା ସହ ସରକାରଙ୍କ ଦୁର୍ନୀତି ଅଭିଯୋଗର ଲମ୍ବା ଚିଠା ଖୋଲିଛନ୍ତି ।

SSC ଦୂର୍ନୀତି ନେଇ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି

ଛାତ୍ର କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନାହିଁ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ଅନ୍ୟତମ ଅଭିଯୁକ୍ତ ଥିବା ସତ୍ତ୍ବେ ଚାର୍ଜସିଟରୁ ତାଙ୍କ ନାଁକୁ ବାଦ ଦିଆଯାଇଛି । ତୁରନ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଦରୁ ବହିଷ୍କାର କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଛାତ୍ର କଂଗ୍ରେସ। ଅନ୍ୟପଟେ ଯୁକ୍ତ ଦୁଇ ଡ୍ରପଆଉଟ ପିଲାଙ୍କ ରେଜଲ୍ଟରେ ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରି ଇସ୍ତଫା ମଧ୍ୟ ଦାବି କରିଛି ସଂଗଠନ ।

ଘେରାଉ ସମୟରେ ଆନ୍ଦୋଳନରତ କଂଗ୍ରେସ କର୍ମୀ ବ୍ୟାରିକେଡ଼ ଉପରେ ଚଢି ବିଧାନସଭା ପରିସରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଆଇନ ଶୃଙ୍ଖଳାକୁ ନଜରରେ ରଖି ପୋଲିସ କିଛି କର୍ମୀଙ୍କୁ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details