ଓଡିଶା

odisha

ETV Bharat / city

ଇତିଶଙ୍କ ବହିଷ୍କାର ଦାବି କଲା ଛାତ୍ର କଂଗ୍ରେସ - ଛାତ୍ର କଂଗ୍ରେସର ଦାବି

କଂଗ୍ରେସରୁ ଇତିଶଙ୍କ ବହିଷ୍କାର ଦାବି କଲା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

By

Published : Sep 16, 2019, 8:14 PM IST

ଭୁବନେଶ୍ବର: କଂଗ୍ରେସରୁ ଇତିଶଙ୍କ ବହିଷ୍କାର ଦାବି କଲା ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚରିତ୍ର ଉପରେ କଟୁ ସମାଲୋଚନା ଓ ବିଭିନ୍ନ ମନ୍ତବ୍ୟ ପ୍ରୟୋଗ କରି କଂଗ୍ରେସ ଦଳର ନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ ସେ ଏଥିପାଇଁ ଇତିଶଙ୍କ ବହିଷ୍କାର ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଇତିଶ ପ୍ରଧାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉ ବୋଲି ସୋମବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି କରିଛନ୍ତି ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜ। ଛାତ୍ର କଂଗ୍ରେସର ପଦାଧିକାରୀ ଓ କର୍ମୀମାନେ ଏଥିପାଇଁ ଅତ୍ୟନ୍ତ ମର୍ମାହତ। ଇତିଶଙ୍କ ଏପରି ମନ୍ତବ୍ୟ ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ୟାସିର ନୱାଜ କହିଛନ୍ତି।

ଇତିଶ ଜଣେ ଧୋକାବାଜ ଓ ବେଇମାନର ସମସ୍ତ ସୀମା ଟପି ଯାଇଛନ୍ତି ତେଣୁ ତାଙ୍କ ବିରୋଧରେ ଭୁବନେଶ୍ବରେରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ନୱାଜ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details