ଓଡିଶା

odisha

ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବ ଛାତ୍ର ବିଜେଡି

By

Published : Aug 2, 2021, 10:51 PM IST

ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଛାତ୍ର ବିଜେଡ଼ି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ୫ରୁ ୧୦ ପର୍ଯ୍ୟନ୍ତ ଆୟୋଜନ ହେବ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ । ଅଧିକ ପଢ଼ନ୍ତୁ...

Student BJD will strengthen the organization at the grassroots level says bjd general secretary
ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବ ଛାତ୍ର ବିଜେଡି

ଭୁବନେଶ୍ବର:ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଛାତ୍ର ବିଜେଡ଼ି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ୫ରୁ ୧୦ ପର୍ଯ୍ୟନ୍ତ ଆୟୋଜନ ହେବ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ । ତେଣୁ ଏନେଇ ଆଜି ଭଚୁର୍ଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହାର ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି । ରାଜ୍ୟବ୍ୟାପୀ କର୍ମକର୍ତ୍ତା ବୈଠକରେ ସଂଗଠନକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ଉଦ୍ୟମ କରିବ ଛାତ୍ର ବିଜେଡି । ଏହାସହ ଅଗଷ୍ଟ ୧୫ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହଯୋଗରେ ସମସ୍ତ ବ୍ଲକ କମିଟି ଚୟନ ପ୍ରକ୍ରିୟା ଶେଷ କରିବ । ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବ । ପଞ୍ଚାୟତ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବା ନେଇ ବୈଠକରେ ନିଷ୍ପତି ହୋଇଛି ।



ଏହି ପରିପ୍ରେକ୍ଷୀରେ ଆଗାମୀ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ସଭାପତିଙ୍କ ସହଯୋଗରେ ନୂତନ ପର୍ଯ୍ୟବେକ୍ଷକ ଜିଲ୍ଲାଗସ୍ତ କରିବେ । ଏହାସହ ଜିଲ୍ଲାର ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳରେ କର୍ମକର୍ତ୍ତା ଓ ସ୍ଥାନୀୟ ନେତାମାନଙ୍କ ସହ ବୈଠକ ଆୟୋଜନ କରିବ । ଏହି ବୈଠକରେ ସମସ୍ତ ଜିଲ୍ଲା ଓ ବ୍ଲକକର୍ମକର୍ତ୍ତା ମାନଙ୍କୁ ବିଜୁ ବାବୁଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ 'ଟଲ ମ୍ୟାନ' ଓ ଓଡ଼ିଶା ବିକାଶରେ ନବୀନ ବାବୁଙ୍କ ଭୂମିକା ଉପରେ ଆଧାରିତ ଯୁଗରନଟ ପୁସ୍ତକ ବଣ୍ଟନ କରାଯିବ । ସମସ୍ତ ଜିଲ୍ଲାରେ ସାମାଜିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ତୃଣମୂଳ ସ୍ତରରେ ସୋସିଆଲ ମିଡିଆରେ ସଚେତନ ରହିବା ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ ।



ଆଜି(ସୋମବାର) ବୈଠକ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ପହଁଚାଇବାକୁ ଆହ୍ୱାନ ଦେଇଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ଅଭିନାଶ ଠାକୁର ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ମହାସଚିବ ଇପ୍ସିତା ସାହୁ, ସମେତ ସମସ୍ତ ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ସହ ସମସ୍ତ ଜିଲ୍ଲା ସଭାପତି ଓ ସମସ୍ତ ଜୋନ୍ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details