ଓଡିଶା

odisha

ETV Bharat / city

ତୃଣମୂଳସ୍ତରରୁ ସୁଦୃଢ ହେବ ଛାତ୍ର ବିଜେଡ଼ି, ପଞ୍ଚାୟତ ନିର୍ବାଚନରେ ନେବ ନିର୍ଣ୍ଣାୟକ ଭୂମିକା - ବିଜୁ ଜନତା ଦଳ

ଛାତ୍ର ବିଜେଡ଼ିକୁ ତୃଣମୂଳସ୍ତରରୁ ସଂଗଠିତ ଓ ସୁଦୃଢ କରିବା ଲାଗି ଦଳ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ଛାତ୍ର ବିଜେଡି । ତେଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୫ରୁ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଆୟୋଜନ ହେବ । ଅଧିକ ପଢନ୍ତୁ...

Student BJD will strengthen at the grassroots level
ତୃଣମୂଳ ସ୍ତରରୁ ସୁଦୃଢ କରିବ ଛାତ୍ର ବିଜେଡ଼ି; ପଞ୍ଚାୟତ ନିର୍ବାଚନରେ ନେବ ନିର୍ଣ୍ଣାୟକ ଭୂମିକା

By

Published : Aug 4, 2021, 10:14 PM IST

ଭୁବନେଶ୍ବର: ସକ୍ରିୟ ଓ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳର ଷ୍ଟୁଡେଣ୍ଟ ବ୍ରିଗେଡ଼ । ଛାତ୍ର ବିଜେଡ଼ିକୁ ତୃଣମୂଳ ସ୍ତରରୁ ସଂଗଠିତ ଓ ସୁଦୃଢ କରିବା ଲାଗି ଦଳ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ଛାତ୍ର ବିଜେଡି । ତେଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୫ରୁ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଆୟୋଜନ ହେବ । ଏନେଇ ସୂଚନା ଦେଇଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ତୃଣମୂଳ ସ୍ତରରୁ ସୁଦୃଢ କରିବ ଛାତ୍ର ବିଜେଡ଼ି; ପଞ୍ଚାୟତ ନିର୍ବାଚନରେ ନେବ ନିର୍ଣ୍ଣାୟକ ଭୂମିକା

ସକ୍ରିୟ ଓ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳର ଷ୍ଟୁଡେଣ୍ଟ ବ୍ରିଗେଡ଼ । ଛାତ୍ର ବିଜେଡ଼ିକୁ ତୃଣମୂଳ ସ୍ତରରୁ ସଂଗଠିତ ଓ ସୁଦୃଢ କରିବା ଲାଗି ଦଳ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଆସନ୍ତା ପଂଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ଛାତ୍ର ବିଜେଡି । ତେଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ୫ରୁ ୧୦ ପର୍ଯ୍ୟନ୍ତ ଆୟୋଜନ ହେବ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ । ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରିବା ଲାଗି ପ୍ରୟାସ ଆରମ୍ଭ କରିଛି ଛାତ୍ର ବିଜେଡ଼ି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଗଷ୍ଟ ୫ରୁ ୧୦ ପର୍ଯ୍ୟନ୍ତ ଆୟୋଜନ ହେବ ରାଜ୍ୟବ୍ୟାପୀ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ । ଏ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । କର୍ମକର୍ତ୍ତା ବୈଠକରେ ସଂଗଠନକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ଲାଗି ଉଦ୍ୟମ କରିବ ଛାତ୍ର ବିଜେଡି । ଏହା ସହ ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଓ ବ୍ଲକ କମିଟି ଚୟନ ପ୍ରକ୍ରିୟା ଶେଷ କରିବ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ କିପରି ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯିବ, ସେ ନେଇ ପ୍ରଶିକ୍ଷଣ ଦିଆଯିବ । କାରଣ ପଞ୍ଚାୟତ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବାକୁ ଯାଉଛି ।

ଆସନ୍ତା ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ସଭାପତିଙ୍କ ସହଯୋଗରେ ନୂତନ ପର୍ଯ୍ୟବେକ୍ଷକ ଜିଲ୍ଲା ଗ୍ରସ୍ତ କରିବେ । ଜିଲ୍ଲାର ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳରେ କର୍ମକର୍ତ୍ତା ଓ ସ୍ଥାନୀୟ ନେତାମାନଙ୍କ ସହ ବୈଠକ ଆୟୋଜନ ହେବ । ସମସ୍ତ ଜିଲ୍ଲା ଓ ବ୍ଲକକର୍ମକର୍ତ୍ତା ମାନଙ୍କୁ ବିଜୁ ବାବୁଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ 'ଟଲ ମ୍ୟାନ' ଓ ଓଡ଼ିଶା ବିକାଶରେ ନବୀନ ବାବୁଙ୍କ ଭୂମିକା ଉପରେ ଆଧାରିତ ଯୁଗରନଟ ପୁସ୍ତକ ବଣ୍ଟନ କରାଯିବ । ସମସ୍ତ ଜିଲ୍ଲାରେ ସାମାଜିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ତୃଣମୂଳ ସ୍ତରରେ ସୋସିଆଲ ମିଡିଆରେ ସଚେତନ ରହିବା ପାଇଁ ଅଧିକ ପ୍ରାଧାନ୍ୟ ଦିଆଯିବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details