ଭୁବନେଶ୍ବର:ବିଜେପି ଛାଡି ବିଜେଡିରେ ମିଶିଲେ କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୁମୁଦ ଚନ୍ଦ୍ର ସାଉନ୍ତା । ଭୁବନେଶ୍ବର ସ୍ଥିତ ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁମୁଦଙ୍କୁ ଦଳରେ ସାମିଲ କରାଇଛନ୍ତି ।
ଅବିଭକ୍ତ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ହେଉଛି ବିରୋଧୀ ମୁକ୍ତ । କଂଗ୍ରେସ ଓ ବିଜେପି ଛାଡି ବିଜେଡି ସାମିଲ ହେଉଛନ୍ତି ନେତା ଓ କର୍ମୀ । ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁରର ବିଜେପି ପ୍ରାର୍ଥୀ କୁମୁଦ ଚନ୍ଦ୍ର ସାଉନ୍ତା ବିଜେଡିରେ ସାମିଲ ହୋଇଛନ୍ତି । କୁମୁଦଙ୍କ ସମେତ ବିରୋଧୀ ବିଜେପି, କଂଗ୍ରେସର ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । 2019 ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ହୋଇଥିଲେ କୁମୁଦ ।