ଓଡିଶା

odisha

ଏନଏମଏକୁ କଡା ବିରୋଧ, ୩ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ

By

Published : Feb 14, 2021, 2:57 PM IST

ଏନଏମଏକୁ କଡା ବିରୋଧ କରି ପ୍ରତ୍ୟାହାର ଦାବିରେ ଜନମତ ଲୋଡିଲା ରାଜ୍ୟ କଂଗ୍ରେସ । ଏନେଇ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ୩ ଦିନିଆ ଦସ୍ତଖତ ଅଭିଯାନ ବା ସ୍ବାକ୍ଷର ସମ୍ମିଳିତ ଦାବିପତ୍ର। ଅଧିକ ପଢନ୍ତୁ...

ଏନଏମଏକୁ କଡା ବିରୋଧ, ୩ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ
ଏନଏମଏକୁ କଡା ବିରୋଧ, ୩ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଭୁବନେଶ୍ବର: ଏନଏମଏକୁ କଡା ବିରୋଧ କରି ପ୍ରତ୍ୟାହାର ଦାବିରେ ଜନମତ ଲୋଡିଲା ରାଜ୍ୟ କଂଗ୍ରେସ । ଏନେଇ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ୩ ଦିନିଆ ଦସ୍ତଖତ ଅଭିଯାନ ବା ସ୍ବାକ୍ଷର ସମ୍ମିଳିତ ଦାବିପତ୍ର। ଲିଙ୍ଗରାଜ ମନ୍ଦିରରେ ଜାତୀୟ କୀର୍ତିରାଜି ପ୍ରାଧିକରଣ ଅଧିନିୟମକୁ ପ୍ରତ୍ୟାହାର ଦାବିରେ ଜନମତ ହାସଲ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ତେବେ ଏହି ନିୟମ ଲିଙ୍ଗରାଜ ତଥା ଏକାମ୍ରକ୍ଷେତ୍ରର ବିକାଶରେ ବାଧକ ସୃଷ୍ଟି କରିବ, ତେଣୁ ଏହାକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର।

ଏନଏମଏକୁ କଡା ବିରୋଧ, ୩ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଲିଙ୍ଗରାଜ ମନ୍ଦିର ପାଇଁ ବାଇଲ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ,ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ନଚେତ ଆଗାମୀ ଦିନରେ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିବ, ଯେ କେହି ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବ ତାକୁ ଦୃଢ ଜବାବ ଦିଆଯିବ ବୋଲି କହିଛି କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details