ଓଡିଶା

odisha

ETV Bharat / city

ନବୀନ ଶାସନରେ ହେଉଛି ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିଜେଡି ବିଧାୟକ

ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଗତକାଲି(ବୁଧବାର) ଆଉ 6 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ନବୀନ ଶାସନରେ ହେଉଛି ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିଜେଡି ବିଧାୟକ
ନବୀନ ଶାସନରେ ହେଉଛି ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିଜେଡି ବିଧାୟକ

By

Published : Mar 17, 2022, 9:20 PM IST

ଭୁବନେଶ୍ବର: "ରାଜ୍ୟରେ କମୁଛି ଦୁର୍ନୀତି । ସତର୍କ ହେଲେଣି ଅସାଧୁ ଅଧିକାରୀ । ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନୀତି ଖୋର ଅଧିକାରୀଙ୍କ ବିରୋଧରେ ହେଉଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ ।" ଏହା କହିଛନ୍ତି ବଡ଼ଚଣା ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।

ଅମର କହିଛନ୍ତି ଯେ, "ପୂର୍ବରୁ ଅସାଧୁ ଅଧିକାରୀଙ୍କ ରାଜ୍‌ ଚାଲିଥିଲା । ଏହି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିଲା । ହେଲେ ନବୀନ ଶାସନରେ ଏହା ବଦଳିଛି । ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ପ୍ରାଥମିକତା ଦେଇ ଆସିଛନ୍ତି । ଆଗରୁ ଅଧିକାରୀ ଦୁର୍ନୀତି କରି ନିଲମ୍ବିତ ହେଉଥିଲେ । ମାମଲା ଦୀର୍ଘ ଦିନ ଧରି ଚାଲୁଥିଲା । ସରକାରୀ ତହବିଲରୁ ଟଙ୍କା ନଷ୍ଟ କଲେ ବି କାର୍ଯ୍ୟାନୁଷ୍ଠାନ ସମୟ ସୀମା ମଧ୍ୟରେ ହେଉନଥିଲା । ବର୍ତ୍ତମାନ ନିର୍ଦ୍ଦିଷ୍ଟ ସମୟରେ ତଦନ୍ତ ଶେଷ ହେଉଛି । ଯେଉଁଠି ସଠିକ ତଥ୍ୟ ରହିଛି, ତୁରନ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଉଛି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଧିକାରୀ ମାନଙ୍କ ମନରେ ଭୟ ରହୁଛି ।"

ନବୀନ ଶାସନରେ ହେଉଛି ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ବିଜେଡି ବିଧାୟକ



ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଗତକାଲି(ବୁଧବାର) ଆଉ 6 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ 3 ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ 158 ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ସେମାନଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।



ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details