ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ରୋକିବା ପାଇଁ ନନ୍ଦନକାନନରେ କଡାକଡି ହୋଇଛି କଟକଣା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନରେ କଡାକଡି ପାଳନ ସହ ପଶୁ, ପକ୍ଷୀ ମନେ କିଭଳି ସୁରକ୍ଷିତ ରହିବେ ସେ ନେଇ ପଦକ୍ଷପ ନିଆଯାଉଛି।
କୋଭିଡ ସଂକ୍ରମଣ ରୋକିବାକୁ ନନ୍ଦନକାନନରେ କଡା ପଦକ୍ଷେପ - covid-19 guidelne
କୋଭିଡ ସଂକ୍ରମଣକୁ ରୋକିବା ପାଇଁ ନନ୍ଦନକାନନରେ କଡାକଡି ହୋଇଛି କଟକଣା । ଅଧିକ ପଢନ୍ତୁ...
କୋଭିଡ ସଂକ୍ରମଣ ରୋକିବାକୁ ନନ୍ଦନକାନନରେ କଡା ପଦକ୍ଷେପ
ପଶୁ ମାନଙ୍କ ସେବା କରୁଥିବା ବ୍ୟକ୍ତି ଏନକ୍ଲୋଜରରେ କାମ କରିବା ସମୟରେ ସମ୍ପୂର୍ଣ ରୂପେ କଭର କରିବେ ଶରୀର, ଫେସ୍ ମାସ୍କ ଏବଂ ହାତ ଗ୍ଲୋଭସ୍ ପିନ୍ଧିବେ। ସେହିପରି ପଶୁମାନଙ୍କ ଆଚରଣରେ କୌଣସି ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବେ । ପଶୁ ଏନକ୍ଲୋଜର ଭିତରେ ଆଣ୍ଟି-ଭାଇରାଲ୍ ସ୍ପ୍ରେ କରାଯାଉଛି । CZA ର ପରାମର୍ଶ ଅନୁଯାୟୀ ଏହା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ