ଭୁବନେଶ୍ବର: କେରଳର ମାଲାପୁରରେ ପ୍ରେଗନାଣ୍ଟ ହାତୀକୁ ବୋର୍ବରୋଚିତ ହତ୍ୟାକାଣ୍ଡକୁ ନେଇ ଦୃଢ ନନ୍ଦା କରାଯାଇଛି । ହାତୀ ପ୍ରତି ହୋଇଥିବା ଅତ୍ୟାଚାର ଘଟଣା ସାରା ଦେଶରେ ଜନମାନସକୁ ବ୍ୟତିଥ କରିଛି । ଦିନକୁ ଦିନ ଏଭଳି ଅତ୍ୟାଚାର ପଶୁପକ୍ଷୀ ଓ ବନ୍ୟପ୍ରାଣୀମାନଙ୍କ ପ୍ରତି ବଢି ବଢି ଚାଲିଛି । ଯାହାର ପ୍ରତିବାଦରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦର୍ଶନ କରାଯାଇଛି ।
ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଆଇନ କଡାକଡି ପାଳନ ପାଇଁ ଦାବି
କେରଳର ମାଲାପୁରରେ ହାତୀକୁ ବର୍ବୋରଚିତ ହତ୍ୟାକାଣ୍ଡକୁ ନେଇ ଦୃଢ ନନ୍ଦା କରାଯାଇଛି । ଭୁବନେଶ୍ବରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ୟପ୍ରାଣୀ ଓ ପଶୁପକ୍ଷୀମାନଙ୍କ ପ୍ରତି ବଢି ବଢି ଚାଲିଥିବା ଅତ୍ୟାଚାରକୁ ବିରୋଧ କରିଛନ୍ତି ।
ରାଜଧାନୀ ଭୁବନେଶ୍ବରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନରେ ସମାଜସେବୀ ଓ ଓଲିଉଡର ଅଭିନେତ୍ରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି ସେମାନଙ୍କୁ ସୁରକ୍ଷା ପାଇଁ ଆଇନ ରହିଛି । କିନ୍ତୁ ତାହା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ ସରକାର ଏହାକୁ କଡାକଡି ଭାବେ ପାଳନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ଉଡ୍ରର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସ ନାୟକ କହିଛନ୍ତି ଏବେ ଠାରୁ ସଚେତନତା ଆରମ୍ଭ କଲେ ଆଗାମୀ ଦିନରେ ଏହା ଫଳବତୀ ହେବ ବୋଲି ଆଶା କରାଯାଏ । ତେଣୁ ସମାଜରେ ରହୁଥିବା ପ୍ରତିଟି ବ୍ୟକ୍ତି ସେମାନଙ୍କ ପ୍ରତି ଯତ୍ନଶୀଳ ହେବାକୁ ସେ କହିବା ସହ ଏଭଳି ଅମାନୁଷିକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ