ଭୁବନେଶ୍ବର:ଭୁବନେଶ୍ଵରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଯେମିତି ଜଗନଙ୍କ ଗସ୍ତବେଳେ କୌଣସି ଅଭାବନୀୟ ସ୍ଥିତି ନ ଉପୁଜେ, ପୁରା ପ୍ରସ୍ତୁତି କରିଛି ପୋଲିସ ।
ସୂଚନା ଅନୁସାରେ ଜଗନଙ୍କ ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାର ନିଜେ ନେତୃତ୍ବ ନେଉଛନ୍ତି ଡିସିପି ଉମାଶଙ୍କର ଦାସ । ଏହାସହ ଏସିପି ଓ ଇନିସ୍ପେକ୍ଟର ପାହ୍ୟାର ଅଫିସରଙ୍କୁ ମଧ୍ୟ ବିମାନ ବନ୍ଦରରୁ ରାଜ୍ୟ ଲୋକସେବା ଭବନ ଓ ଅତିଥି ଭବନ ଯାଏଁ ବିଭିନ୍ନ ସ୍ଥାନରେ ଦାୟିତ୍ବ ଦିଆଯାଇଛି ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା । ବିମାନ ବନ୍ଦରରୁ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ରାଜ୍ୟ ଅତିଥି ଭବନକୁ ଅଣାଯାଇଥିଲା ।