ଭୁବନେଶ୍ବର: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ। ମେ ୩ରେ ଦ୍ବିତୀୟ ପର୍ଯ୍ୟାୟ ସରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ପୁଣି ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ବଢାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସ୍ୱାଗତ କରିଛି । ତେବେ ଦୀର୍ଘ ଦିନ ଧରି ଖୋର୍ଦ୍ଧାରେ କୋରୋନା ଆକ୍ରାନ୍ତ ବାହାରିନଥିବାରୁ ଖୋର୍ଦ୍ଧା ଜିଲ୍ଲାକୁ ସରକାର ଅରେଞ୍ଜ ଜୋନ ଭାବରେ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ରାଜଧାନୀ ବିଏମସି କୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଛି ।
ରେଡ଼ଜୋନ ରାଜଧାନୀରେ କଡାକଡି ଚେକିଂ, ସୁଧୁରୁଛି ଟ୍ରାଫିକ ନିୟନ୍ତ୍ରଣ - bhubaneswar
ଦୀର୍ଘ ଦିନ ଧରି ଖୋର୍ଦ୍ଧାରେ କୋରୋନା ଆକ୍ରାନ୍ତ ବାହାରିନଥିବାରୁ ଖୋର୍ଦ୍ଧା ଜିଲ୍ଲାକୁ ସରକାର ଅରେଞ୍ଜ ଜୋନ ଭାବରେ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଏମସି କୁ ରେଡ଼ ଜୋନ ଭାବେ ଘୋଷଣା କରାଯାଇଛି । ଏପଟେ ରାଜଧାନୀର ପ୍ରମୁଖ ଛକ ସ୍ଥାନ ମାନଙ୍କରେ କଡ଼ାକଡ଼ି ଭାବରେ ଚେକିଂ କରାଯାଉଛି। ଏଥିସହ କାଗଜପତ୍ର ପାସ ଯାଞ୍ଚ ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ...
ରେଡ଼ଜୋନ ରାଜଧାନୀରେ କଡାକଡି ଚେକିଂ, ସୁଧୁରୁଛି ଟ୍ରାଫିକ ନିୟନ୍ତ୍ରଣ
ଏପଟେ ରାଜଧାନୀରେ ସୁଧୁରୁଛି ଟ୍ରାଫିକ ନିୟନ୍ତ୍ରଣ । ଆଜି(ସୋମବାର) ସକାଳୁ ରାଜଧାନୀର ପ୍ରମୁଖ ଛକ ସ୍ଥାନ ମାନଙ୍କରେ କଡ଼ାକଡ଼ି ଭାବରେ ଚେକିଂ କରାଯାଉଛି। ଏଥିସହ କାଗଜପତ୍ର ପାସ ଯାଞ୍ଚ ମଧ୍ୟ କରାଯାଉଛି । ଏଜି ଛକ, ରାଜମହଲ ଛକ ଓ ଜୟଦେବ ବିହାର ଛକ ପରି ରାଜଧାନୀର ପ୍ରମୁଖ ସ୍ଥାନ ମାନଙ୍କରେ ଏଭଳି କଡ଼ାକଡ଼ି ଚେକିଂ କରାଯାଉଛି। ବିଭିନ୍ନ ଛକରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଟ୍ରାଫିକ କର୍ମଚାରୀ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରୁଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ