ଓଡିଶା

odisha

ETV Bharat / city

କୋଭିଡ଼ ମେଡ଼ିସିନ ଯୋଗାଣକୁ ନେଇ କ୍ରାଇମବ୍ରାଞ୍ଚ ଏଡି଼ଜିଙ୍କ କଡା ଚେତାବନୀ - covid medicine

କୋଭିଡ ମେଡିସିନ ଯୋଗାଣକୁ ନେଇ କଡା ଚେତାବନୀ ଦେଲେ କ୍ରାଇମବ୍ରାଞ୍ଚ ଏଡି଼ଜି ଜଶୱନ୍ତ ଜେଠୱା । ଅଧିକ ପଢନ୍ତୁ...

କୋଭିଡ଼ ମେଡ଼ିସିନ ଯୋଗାଣକୁ ନେଇ କ୍ରାଇମବ୍ରାଞ୍ଚ ଏଡି଼ଜିଙ୍କ କଡା ଚେତାବନୀ
କୋଭିଡ଼ ମେଡ଼ିସିନ ଯୋଗାଣକୁ ନେଇ କ୍ରାଇମବ୍ରାଞ୍ଚ ଏଡି଼ଜିଙ୍କ କଡା ଚେତାବନୀ

By

Published : Apr 24, 2021, 2:39 PM IST

ଭୁବନେଶ୍ବର: ଇନଡିଭିଜୁଆଲ ପେସ୍କ୍ରିପ୍ସନ ବା ଲୋକଙ୍କ କହିବା ଅନୁଯାୟୀ କୋଭିଡ ମେଡିସିନ ଡେଲିଭେରି କରୁଥିବା ସପ୍ଲାଏରଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏମାନଙ୍କ ବିରୋଧରେ ଡ୍ରଗ ଫ୍ଲାଇଙ୍ଗ ସ୍କ୍ବାଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜ୍ୟ ବାହାରେ ଏଭଳି ଅପରାଧିକୁ ଦୃଷ୍ଟିରେ ରଖି ଏଡିଜି କ୍ରାଇମବ୍ରାଞ୍ଚଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କୋଭିଡ଼ ମେଡ଼ିସିନ ଯୋଗାଣକୁ ନେଇ କ୍ରାଇମବ୍ରାଞ୍ଚ ଏଡି଼ଜିଙ୍କ କଡା ଚେତାବନୀ

କୋଭିଡ ଔଷଧକୁ ସପ୍ଲାଏ କରୁଥିବା ଲୋକମାନେ ଡାକ୍ତରଙ୍କ ବିନା ଅନୁମତିରେ ଲୋକଙ୍କ କହିବା ଅନୁଯାୟୀ ଔଷଧକୁ ସପ୍ଲାଏ କରୁଛନ୍ତି । ତେବେ ଏଭଳି ବ୍ୟକ୍ତିଗତଭାବେ କୋଭିଡ଼ ମେଡିସିନ ଦେଉଥିଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡି଼ଜି ଜଶୱନ୍ତ ଜେଠୱା କହିଛନ୍ତି । ଏଥିସହ ଅନେକ ରାଜ୍ୟ ବାହାର ହସ୍ପିଟାଲ ସହଭାଗୀତାରେ ରାଜ୍ୟ ବାହାରକୁ ମଧ୍ୟ କୋଭିଡ଼ ମେଡିସିନ ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ଅନେକ ରାଜ୍ୟରୁ ମିଳୁଛି । ସେ ଦୃଷ୍ଟିରୁ ଏସବୁ କାରବାର ଉପରେ ନଜର ରଖିବାକୁ ଗଠିତ ହୋଇଛି ୨୩ ଜଣିଆ ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ଼ ଟିମ । ତେବେ ଏଭଳି ବେଆଇନ ଭାବେ ଔଷଧ ଚାଲାଣ କରୁଥିବା ବିଭିନ୍ନ ହସପିଟାଲର ଷ୍ଟକିଷ୍ଟ ଓ ସପ୍ଲାଏଙ୍କୁ ଏହି ସ୍କ୍ବାର୍ଡ ଧରିବ ବୋଲି ଜେଠୱା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details