ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ, ଉପକୃତ ହେବେ ସ୍ମାର୍ଟସିଟିର 22 ହଜାର ଉଠା ଦୋକାନୀ - ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ

କୋରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା । ଉପକୃତ ହେବେ ରାଜଧାନୀର ପ୍ରାୟ 22 ହଜାର ଉଠା ଦୋକାନୀ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ, ଉପକୃତ ହେବେ ସ୍ମାର୍ଟସିଟିର 22 ହଜାର ଉଠା ଦୋକାନୀ
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ, ଉପକୃତ ହେବେ ସ୍ମାର୍ଟସିଟିର 22 ହଜାର ଉଠା ଦୋକାନୀ

By

Published : Jun 10, 2021, 8:43 AM IST

ଭୁବନେଶ୍ବର:କୋରୋନାରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ 26 କୋଟି 29 ଲକ୍ଷ 71 ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହାଦ୍ବାରା ରାଜଧାନୀର ପ୍ରାୟ 22 ହଜାର ଉଠା ଦୋକାନୀ ଉପକୃତ ହେବେ । ସେପଟେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଚଳଚଞ୍ଚଳ ହୋଇଛି ବିଏମସି ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ, ଉପକୃତ ହେବେ ସ୍ମାର୍ଟସିଟିର 22 ହଜାର ଉଠା ଦୋକାନୀ

କୋଭିଡର ଦୁଇ ଦୁଇଟି ଲହରରେ ଭୁବନେଶ୍ବରରେ ଉଠା ଦୋକାନୀମାନେ ଖୁବ୍ କ୍ଷତି ସହିଛନ୍ତି । ବର୍ତ୍ତମାନ ସ୍ମାର୍ଟିସିଟିରେ ବିଏମସି ଦ୍ବାରା ପଞ୍ଜିକୃତ 20 ହଜାରରୁ ଊର୍ଦ୍ଧ୍ବ ଉଠା ଦୋକାନୀ ରହିଛନ୍ତି । ତେବେ ଗତ କୋଭିଡ ସଂକ୍ରମଣ ସମୟରେ 13 ହଜାର ଉଠାଦୋକାନୀଙ୍କୁ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି BMC ବିଭାଗୀୟ ଅଧିକାରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜକୁ ରାଜ୍ୟ ଉଠା ଦୋକାନୀ ସଙ୍ଘର ମୁଖ୍ୟ ପ୍ରତାପ ସାହୁ ସ୍ବାଗତ ଜଣାଇଛନ୍ତି । ସେହିପରି ଭୁବନେଶ୍ୱରରେ ବିଭିନ୍ନ ଉଠା ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ମଧ୍ୟ ବିଭିନ୍ନ ବ୍ୟାଙ୍କ ଦ୍ୱାରା ୧୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details