ଓଡିଶା

odisha

ETV Bharat / city

ଆସୁଛି ପାର୍ବଣ ଋତୁ, ବଢୁଛି ବାଉଁଶ ତୋରଣ ଚାହିଦା - ହସ୍ତଶୀଳ୍ପ ବେପାରୀ

ପାର୍ବଣ ଋତୁ ଆସିଲେ ହସ୍ତଶୀଳ୍ପ ବେପାରୀଙ୍କ ଦି ପଇସା ରୋଜଗାର ବାଟ ଫିଟିଯାଏ । ତେବେ ଆଗକୁ ଗଣେଷ ପୂଜା ଆସୁ ଥିବାରୁ ରାଜଧାନୀରେ ମେଲିଛି ବାଉଁଶ ତୋରଣର ଚାହିଦା ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 23, 2019, 10:55 PM IST

ଭୁବନେଶ୍ବର: କୁହାଯାଏ ଗଣେଷ ପୂଜାଠାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଶେଷ ହୁଏ କାର୍ତ୍ତିକରେ । ଆଉ ପାର୍ବଣ ଋତୁ ଆସିଲେ ହସ୍ତଶୀଳ୍ପ ବେପାରୀଙ୍କ ଦି ପଇସା ରୋଜଗାର କରିବାର ବାଟ ଫିଟିଯାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଆସନ୍ତା ସେପ୍ଟେମ୍ବର 2ରେ ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ ଗଜାନନ। ଏଥିପାଇଁ ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ମୂର୍ତ୍ତିକାରଙ୍କ ସାଙ୍ଗକୁ ସାଜସଜ୍ଜା ପାଇଁ ବ୍ୟସ୍ତ ଅନ୍ୟ କାରିଗର ।ରାଜଧାନୀରେ ବଢି ଚାଲିଛି ବାଉଁଶ ତୋରଣର ଚାହିଦା । 500 ଟଙ୍କାରୁ ଆରମ୍ଭ କରି 5000 ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ବାଉଁଶ ତୋରଣ ଦେଖିବାକୁ ମିଳୁଛି। ତେବେ ଗଣେଷ ପୂଜା ପରେ ଦଶହରା, ଦୀପାବଳି ଆଦି ପର୍ବ ଆସୁଥିବାରୁ ବେପାର ବେଶ ଜମିବ ବୋଲି ଆଶା କରିଛନ୍ତି ଏହି କାରିଗରମାନେ ।

ସେପଟେ ଛୋଟ ଠାରୁ ବଡ଼ ମୂର୍ତ୍ତି ସବୁ ପ୍ରକାରର ଗଣେଷ ମୂର୍ତ୍ତି ତିଆରି କରିବାରେ ମୂର୍ତ୍ତି କାରିଗର ବ୍ୟସ୍ତ। କେଉଁଠି ନାଗ ସାପ ଫଣାରେ ଗଣେଷ ଭଗବାନକୁ ଦେଖିବାକୁ ମିଳୁଛି ତ ଆଉ କେଉଁଠି ବାହୁବଳୀ ଷ୍ଟାଇଲର ଗଣେଷ ଠାକୁର ଦେଖିବାକୁ ମିଳୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details