ଭୁବନେଶ୍ବର: ଏବେର ସମୟରେ ଲୋକଙ୍କ ପାଖରେ ନିଜ କଥା ତ ଦୂରର କଥା ଅନ୍ୟ ବିଷୟରେ ଭାବିବାକୁ ବି ସମୟ ନାହିଁ। ସେ ବ୍ୟସ୍ତବହୁଳ ଜୀବନ ଭିତରେ କିଛି ଲୋକଙ୍କର କିଛି ଖାସ ଗୁଣ ରହିଥାଏ । କିଏ ସୌକରେ ବିଲେଇ ପାଳେ ତ ଆଉ କିଏ କୁକୁର। ତେଣୁ ପୋଷା କୁକୁର ରଖିବା ଏବେ ଏକ ସାଧାରଣ କଥା ହେଲାଣି । କିନ୍ତୁ ଏବେ ଆପଣ ଯେଉଁ କୁକୁର ପ୍ରେମୀଙ୍କ କଥା ଶୁଣିବେ ସେ ଟିକେ ନିଆରା ।
ଭୁବନେଶ୍ବରର ପାର୍ବତୀ ମୁଲଯାନୀ । ଏହି ମହିଳା ଜଣକଙ୍କ ହୃଦୟ ଯେତିକି ପ୍ରଶସ୍ତ ସେତିକି ଉଦାର। ପ୍ରତ୍ୟେକ ଦିନ ପାର୍ବତୀଙ୍କ ଘରେ ଭୋଜି ଭାତ ହେବା ପରି ରୋଷେଇ ଚାଲିଥାଏ। ଯେକୌଣସି ବ୍ୟକ୍ତି ସେ ଦୃଶ୍ୟକୁ ଦେଖିବ ଭାବିବ ଏହା କୌଣସି ବାହାଘର କିମ୍ବା ବ୍ରତଘର ପାଇଁ ରୋଷେଇ ପ୍ରସ୍ତୁତ ଚାଲିଛି । ହେଲେ ବାସ୍ତବ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ପ୍ରତ୍ୟେକ ଦିନ ସବୁ ଖାଦ୍ୟ କେବଳ ବୁଲା କୁକୁର ମାନଙ୍କ ପାଇଁ ରୋଷେଇ କରନ୍ତି ରାଜଧାନୀ ଭୁବନେଶ୍ବରର କୁକୁରଙ୍କ ଅନ୍ନଦାତ୍ରୀ ପାର୍ବତୀ ମୁଲଯାନୀ । ଆଜିକ ପ୍ରାୟ 16 ବର୍ଷ ତଳେ ଏକ ଭଡାଘରେ ବୁଲା କୁକୁରଙ୍କୁ ଖାଇବା କଥା ବୁଝୁଥିଲେ ପାର୍ବତୀ । ଦିନକୁ ହାରାହାରି 1000 ଟଙ୍କା ଏହି କୁକୁରଙ୍କ ପଛରେ ସେ ଖର୍ଚ୍ଚ କରନ୍ତି । ପ୍ରଥମେ ଗୋଟିଏ କୁକୁରକୁ ଖାଇବାକୁ ଦେଉଥିଲେ ଆଉ ଏବେ ରାଜଧାନୀର ବିଭିନ୍ନ ଜାଗାରେ ବୁଲି ବୁଲି 200 ରୁ 300 ବୁଲା କୁକୁରଙ୍କ ସେବା କରୁଛନ୍ତି ପାର୍ବତୀ ।