ଓଡିଶା

odisha

ETV Bharat / city

ଅଥୟ କରୁଛନ୍ତି ଅପରାଧୀ, ରାଜଧାନୀରେ ବଢୁଛି ଷ୍ଟ୍ରିଟ କ୍ରାଇମ ଲିଷ୍ଟ - commisionerate police crime controll

ପ୍ରତ୍ୟେକ ଦିନ ରାଜଧାନୀରେ ଆସୁଛି ଗଦାଗଦା ଅଭିଯୋଗ। ଏନେଇ ଏକ ହ୍ବାଟସାପ୍ ନମ୍ବର ଜାରି ହେବା ପରଠୁ ଆସିଲାଣି ୧୫୦ ଅଭିଯୋଗ। ଫଳରେ ପୋଲିସ ଷ୍ଟ୍ରିଟ କ୍ରାଇମକୁ ଗୁରୁତର ସହ ନେଇ ତନାଘନା କରୁଛି। ଅଧିକ ପଢନ୍ତୁ...

ଅଥୟ କରୁଛନ୍ତି ଅପରାଧି,  ରାଜଧାନୀରେ  ବଢୁଛି ଷ୍ଟ୍ରିଟ କ୍ରାଇମ ଲିଷ୍ଟ
ଅଥୟ କରୁଛନ୍ତି ଅପରାଧି, ରାଜଧାନୀରେ ବଢୁଛି ଷ୍ଟ୍ରିଟ କ୍ରାଇମ ଲିଷ୍ଟ

By

Published : Mar 21, 2021, 6:57 AM IST

ଭୁବନେଶ୍ବର: ରାଜଧାନୀରେ ଷ୍ଟ୍ରିଟ କ୍ରାଇମର ଲିଷ୍ଟ ବଢି ବଢି ଲାଗିଛି। ପ୍ରତ୍ୟେକ ଦିନ ଆସୁଛି ଗଦା ଗଦା ଅଭିଯୋଗ। କମିସନରେଟ ପୋଲିସ ଜାରି କରିଥିବା ହ୍ବାଟସପରେ ବଢୁଛି ଲୋକଙ୍କ ଅଭିଯୋଗ। ଏନେଇ ନମ୍ବର ଜାରି ହେବା ପରଠୁ ଆସିଲାଣି ୧୫୦ ଅଭିଯୋଗ। ଯେଉଁଥିରେ ଛିନତାଇ ଠୁ ଆରମ୍ଭ କରି ଚୋରି ଡ଼କାୟତି ଓ ପେସାଦାର ଅପରାଧୀଙ୍କ ସମ୍ପର୍କରେ ମଧ୍ୟ ଆସୁଛି ଅଭିଯୋଗର ଲିଷ୍ଟ। ଯାହାକୁ ନେଇ ଲୋକ ପଠାଉଛନ୍ତି ନିଜର ଅଭିଯୋଗ ତୁରନ୍ତ ଓ ଶିଘ୍ର ପୋଲିସ ପାଖରେ।

ଫଳରେ ପୋଲିସ ତଦନ୍ତରେ ଅବହେଳା ନ କରି ଥାନା ସ୍ତରରେ ଗଠନ ହୋଇଥିବା ଟିମ ଅର୍ଥାତ ସମସ୍ତ ଥାନାର ଥିବା ସ୍ପେଶାଲ ୨୬ ଅଫିସର ଆରମ୍ଭ କରଙଛନ୍ତି ତନାଘନା। ଫଳରେ ଖାରବେଳ ନଗର ଅଞ୍ଚଳର ଦୁଇଟି ଛିନତାଇ କେସର ସମାଧାନ ହୋଇ ଅପରାଧିକ ଠିକଣା ସମୟରେ ଧରାଯାଇଛି।

ସେହିପରି ଲୋକଙ୍କ ଭିଡିଓ ଓ ଫଟୋ ମାଧ୍ୟମରେ ପୋଲିସ ନିଜ ଗ୍ରୁପର ଅପରାଧିର ତରିକା ଓ ତାର ଷ୍ଟାଇଲ ଜାଣି ଅପରାଧୀର ଠିକଣା ସମୟରେ ଜାଣି ପାରୁଛନ୍ତି। ଯାହାକି ଡିସିପି କହିଛନ୍ତି ଜନସାଧାରଣଙ୍କ ସହଯୋଗ ଜରିଆରେ ଠିକଣା ସମୟରେ ଅପରାଧୀ ଅପରାଧର ତରିକା ପୋଲିସ ଜାଣି ପାରୁଛି। ଏ ଦିଗରେ ପୋଲିସ ଷ୍ଟ୍ରିଟ କ୍ରାଇମକୁ ଗୁରୁତର ସହ ନେଇ ତନାଘନା କରୁଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details