ଭୁବନେଶ୍ବର:ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଅସନ୍ତୋଷ । ରାଜ୍ୟ ଓ କେନ୍ଦ୍ର ପରିବହନ ବିଭାଗ ବିରୋଧରେ ୧୫ଦିନ ଧରି ଆନ୍ଦୋଳନ ପରେ ବିଧାନସଭା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରଙ୍ଗତୁଳି କାରିଗରଙ୍କ ପେଟକୁ ଲାତ ଓ କର୍ପୋରେଟ କମ୍ପନି ପ୍ରିତି ଅଭିଯୋଗ କଲେ ଆନ୍ଦୋଳନକାରୀ । ଲୋୟର ପିଏମଜିରେ ଉଭୟ ସରକାର ବିରୋଧରେ ଗର୍ଜନ କରିବା ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଆଳରେ ସରକାର ରୋଜଗାର ଛଡାଇ ନେଉଥିବା ଅଭିଯୋଗ କରିଛି ଷ୍ଟିକର ଆଣ୍ଡ ନମ୍ବର ପ୍ଲେଟ ଆସୋସିଏସନ ।
ରାଜ୍ୟ ବ୍ୟାପୀ ରଙ୍ଗତୁଳୀ କାରିଗର ଏକାଠି ହୋଇ ଏନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ କହୁଥିବା ବ୍ୟବସ୍ଥାକୁ କିଛି ନିର୍ଦ୍ଦିଷ୍ଟ କର୍ପୋରେଟରଙ୍କୁ ପ୍ରିଣ୍ଟ ଅନୁମତି ଦେଇଛନ୍ତି ସରକାର । ଯାହାଫଳରେ ବେରୋଜଗାର ହୋଇଛନ୍ତି ରଙ୍ଗତୁଳୀ କାରିଗର । ସେପଟେ ଉତ୍ତମ ମାନର ନମ୍ବର ପ୍ଲେଟ ମିଳୁନଥିବା ବେଳେ ସାଧାରଣ ଲୋକଟିଏ ନୂଆ ନୂଆ ସମସ୍ୟାରେ ଛନ୍ଦି ହେଉଛି । ଏଥିରେ ପୁଣି ସରକାର ଓ୍ବାନ ନମ୍ବର ପ୍ଲେଟ ବ୍ଯବହର ବାଧ୍ୟତାମୂଳକ କରିଛନ୍ତି, ନିୟମ ଉଲଙ୍ଘନ କଲେ ଫାଇନ ବ୍ୟବସ୍ଥାର ମଧ୍ୟ ଯୋଜନା ଚାଲିଛି । ଏପରି କରି ସାଧାରଣ କାରିଗରଙ୍କର ଜୀବନ ଜୀବିକା ଉପରେ ଲାତ ମାରୁଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ସଙ୍ଘର ସମ୍ପାଦକ ରଞ୍ଜନ କୁମାର ମିଶ୍ର ।