ଭୁବନେଶ୍ବର:ଗଞ୍ଜେଇ ବ୍ୟବସାୟୀଙ୍କ କୋଟି କୋଟି ସମ୍ପତ୍ତି ଠାବ । ନିଶାଦ୍ରବ୍ୟ ବିକି ଆୟ କରିଥିଲେ ଗଞ୍ଜାମର ଦୁଇ ଭାଇ । ଶେଷରେ STF ଟିମର ନଜର ପଡିବା ପରେ ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତ କରିଛି ଟିମ ।
ଟିମ ଗତ ଏପ୍ରିଲ ୨୯ ତାରିଖରେ ଏହି ୨ ବ୍ୟବସାୟୀଙ୍କ ଧରିଥିଲା ଏସଟିଏଫ । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ଏବଂ ଅଫିମ ଜବତ କରିଥିଲା । ଏହାପରେ ତଦନ୍ତ ବେଳେ ଦୁଇ ଭାଇଙ୍କ ସମ୍ପତ୍ତି ଦେଖି ଟେରା ହୋଇ ଯାଇଥିଲେ ତଦନ୍ତକାରୀ । ଦୁଇ ଭାଇଙ୍କ ସମ୍ପତ୍ତି ମଧ୍ୟରେ ରହିଛି ୬ଟି ବ୍ୟବସାୟିକ ବିଲ୍ଂଡି, ୮ଟି ସ୍ଥାନରେ ସ୍ଥାବର ଜମି ସହ ୧୯ଟି ଆକାଉଣ୍ଟରେ ପୁଳା ପୁଳା ଟଙ୍କା, ୨ଟି ଗାଡି ଓ ୫୯୫ଗ୍ରାମର ସୁନା ଅନଙ୍କାର । ଗଞ୍ଜେଇ ଓ ଅଫିମ ବେପାର କରି ଏହି ବେଆଇନ ସମ୍ପତ୍ତି ଠୁଳ କରିଥିଲେ ଦୁଇ ଭାଇ ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନ । ଏହି ବେଆଇନ ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାର ଅଧିକ ହେବ ବୋଲି ଜଣାପଡିଛି । ଏହି ସମ୍ପତ୍ତିକୁ ବ୍ୟାଜାପ୍ତ କରିବା ପାଇଁ କମ୍ପିଟେଣ୍ଟ ଅଥୋରିଟିଙ୍କ ଅନୁମତି ଲୋଡିଥିଲେ ବିଭାଗୀୟ ଅଧିକାରୀ । ଅନୁମତି ମିଳିବା ପରେ ସମ୍ପତ୍ତିକୁ ସିଜ କରିଛି ଏସଟିଏଫ୍ ଟିମ ।