ଭୁବନେଶ୍ବର: ଘଷି ଭାଡିରେ ଲୁଚାଛପାରେ ଚାଲିଥିବା ଗଞ୍ଜେଇ ବେପାରର ପର୍ଦ୍ଦାଫାସ କରିଛି କୋରାପୁଟ ଏସଟିଏଫ ଟିମ । ଜୟପୁର କୁମ୍ଭାରପଡା ରୋଡରେ ଥିବା ବିଲ୍ଟ ପେପର ମିଲ ପାଖରେ ଏହି ବେପାର ଚାଲିଥିବା ଖବର ପାଇ 3ଜଣିଆ ଏସଟିଏଫ ଟିମ ଚଢାଉ କରିଥିଲା । ଏଥିରେ ଅଭିଯୁକ୍ତ ଧରା ପଡିବା ସହ 4 ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏଥିସହ ଏଠାରେ ପ୍ରାୟ 85କିଲୋଗ୍ରାମ ଗଞ୍ଜେଇ ଷ୍ଟକ ରଖି ଚାଲାଣର ଯୋଜନା ଚାଲିଥିବା ମଧ୍ୟ ଜଣାପଡିଥିଲା ।
ସେପଟେ ସନ୍ଦେହ ନ ହେବା ପାଇଁ ଅଭିଯୁକ୍ତ ଏକ ଘଷି ଭାଡିରେ ଏହି ଗଞ୍ଜେଇ ବସ୍ତାକୁ ଲୁଚାଇ ରଖିଥିବା ଏସଟିଏଫ ଟିମ ଦେଖିବାକୁ ପାଇଥିଲା । ପୂର୍ବ ଯୋଜନା ମୁତାବକ 3 ଜଣିଆ ଏସଟିଏଫ ଘଟଣାସ୍ଥଳରେ ପହଞ୍ଚି ଗଚ୍ଛିତ ଗଞ୍ଜେଇ ଜବତ କରିବା ସହ ସ୍ଥାନୀୟ କୁମ୍ଭାର ସାହିର ଅଭିଯୁକ୍ତ ଏସ କେ ସଲିମକୁ ଗିରଫ କରିବାରେ ସଫଳ ହୋଇଥିଲା ।