ଭୁବନେଶ୍ବର:ବାଲେଶ୍ବରରୁ ଧରାପଡିଲା ପଶ୍ଚିମବଙ୍ଗର ବ୍ରାଉନସୁଗାର ବ୍ୟବସାୟୀ (STF team arrested interstate brown sugar trader) । ଏହି ବ୍ୟବସାୟୀ ନିକଟରୁ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବାଲେଶ୍ବର ଅରଡ ବଜାର ନିକଟ ମସଜିଦ ଗଳିରେ ଲୁଚିଥିଲା ଏହି ବ୍ୟବସାୟୀ (Brown sugar trader arrested from Balasore । ଖବର ପାଇଁ ଏସଟିଏଫ ଟିମ ରେଡ଼୍ କରି ଉକ୍ତ ବ୍ୟବସାୟୀକୁ ଅଟକ ରଖିବା ସହ ନିଶାଦ୍ରବ୍ୟ ଜବତ କରିଛି ।
ଏସଟିଏଫ (STF) ଟିମ ତା' ନିକଟରୁ ୧କିଲୋ ୩୩୮ଗ୍ରାମର ବ୍ରାଉନସୁଗାର ଜବତ କରିଛି । ତେବେ ଧରାପଡିଥିବା ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ପଞ୍ଚକୁଲାର ଏସ. କେ ରଫିକ । ଯିଏକି ଅରଡ ବଜାର ମସଜିଦଗଳିର ରେଲୱେ ଲେଭଲ କ୍ରସିଂ ନିକଟରେ ରହୁଥିଲା । ରାଜ୍ୟ ବାହାରୁ ବ୍ରାଉନସୁଗାର ଆସି ତା' ନିକଟରେ ପହଞ୍ଚୁଥିଲା ବୋଲି ଖବର ମିଳିଛି । ଓଡି଼ଶାର ବିଭିନ୍ନ ସ୍ଥାନକୁ ଏହି ନିଶାଦ୍ରବ୍ୟ ସେ ସପ୍ଲାଏ କରୁଥିଲା ।