ଭୁବନେଶ୍ବର:ଗୁରୁଜଙ୍ଗ ପିତାପଲ୍ଲିରେ ଚାଲିଥିଲା ବଜ୍ରକାପ୍ତା ତସ୍କରୀ । ଜୀବନ୍ତ ବଜ୍ରକାପ୍ତା ଧରି ଡିଲ ପାଇଁ ରାସ୍ତାରେ ଛକିଥିବା ବେଳେ ଖବର ପାଇ ପହଞ୍ଚିଥିଲା ଏସଟିଏଫ ଟିମ। ଏନେଇ ଖୋର୍ଦ୍ଧା NH-16ରେ ରେଡ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି STF ଟିମ । ସେମାନଙ୍କ ଠାରୁ ଏକ ବଜ୍ରକାପ୍ତା ଜବତ କରିବା ସହ ଗୋଟିଏ କାର ମଧ୍ୟ ଜବତ କରାଯାଇଛି ।
ଏନେଇ ୨ ଅଭିଯୁକ୍ତ କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ ଭାତ୍ରାକୁ ଗିରଫ କରିଛି ଏସଟିଏଫ ଟିମ । ଦୁଇ ଜଣଙ୍କୁ ଓ୍ବାଇଲ୍ଡ ଲାଇଫ ଆକ୍ଟରେ ଗିରଫ କରାଯାଇଛି । ତେବେ ବିଶେଷ କରି ବଜ୍ରକାପ୍ତା ରୋଗର ପ୍ରତିଶେଧକ ପାଇଁ ଏକ ଅନ୍ଧବିଶ୍ବାସ ପ୍ରଥା ରହିଛି, ଏହା ଆଧାରରେ ଏନେଇ ତସ୍କରୀ ହେଉଛି ।