ଭୁବନେଶ୍ବର: ନିଶା କାରବାର ରୋକିବା ନେଇ ଆକନ୍ସମୁଡରେ ଏସଟିଏଫ ଟିମ । 6 ମାସରେ 550 ଜଣ ଗିରଫ ହୋଇଛନ୍ତି । ତେବେ ନିଶା କାରବାରକୁ ନେଇ ଏସଟିଏଫ ଚଳିତ ବର୍ଷ ଏକ ରିପୋର୍ଟ ଦର୍ଶାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ନିଶା କାରବାର ଉପରେ ଗଞ୍ଜେଇ ଅଧିକ କାରବାର ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଓଡିଶା ପୋଲିସର ସହାୟତାରେ ଏସଟିଏଫ ଚଢାଉ ଜାରି ରଖିବା ସହ ଆଗକୁ ଏସଟିଏଫର ବଡ ବଡ ନିଶା ଡିଲରଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ରହିବ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର ଗତ କିଛିଦିନ ହେବ ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାର । କମିଶନରେଟ ପୋଲିସ ଓ ଓଡିଶା ପୋଲିସର ମିଳିତ ଉଦ୍ୟମରେ ନଜରରେ ରହିଛନ୍ତି ନିଶା ବେପାରୀ । ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ନିଶା ବେପାରୀଙ୍କୁ ଧରିବା ପାଇଁ ପ୍ରୟାସ କରୁଛନ୍ତି । ରାଜ୍ୟରେ ଯେଉଁ କୌଣସି ସ୍ଥାନରେ ନିଶା କାରବାର ଦୃଷ୍ଟିରେ ରଖି ଏସଟିଏଫର ଛଢାଉ ଜାରି ରହିବ । ବିଭିନ୍ନ ସମୟରେ ନିଶା କାରବାରକୁ ଲୋକଲୋଚନକୁ ଆସୁଥିଲେ ଜନସାଧାରଣ ବିନା ଭୟରେ ଏସଟିଏଫର ଏକ ନମ୍ବର ସେୟାର କରିବା ସହ ସେହି ନମ୍ବରରେ ଜନସାଧାରଣ ନିଶା କାରବାର ଉପରେ ସୂଚନା ଦେଇପାରିବେ।
ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ନିଶା କାରବାରକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ ଏକ ରିପୋର୍ଟ ପ୍ରକାଶ କରିଛି। ତେବେ ଗତବର୍ଷ 601 ଟି କେସ ଦାଖଲ ହୋଇଥିବା ବେଳେ ଚଳିତ ବର୍ଷ (୬ମାସ) ରେ 364 ଟି କେସ ରହିଛି। ଗଞ୍ଜେଇ 271 ଓ ବ୍ରାଉନସୁଗାର 40 ଓ ଅନ୍ୟାନ୍ୟ 53 ଟି କେସ ହୋଇଛି । ସେହିଭଳି ଭାବରେ ଗତବର୍ଷ 774 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚଳିତ ବର୍ଷ 550 ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗଞ୍ଜେଇ କାରବାରରେ 427 ଜଣ ଓ ବ୍ରାଉନସୁଗାର 58 ଓ ଅନ୍ୟ 65 ଜଣଙ୍କୁ ଗିରଫ କରିଛି ଏସଟିଏଫ। ସେହିଭଳି ଭାବରେ ଗତବର୍ଷ 52 ହଜାର 389 କେଜି 217 ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଳିତ ବର୍ଷ 18 ହଜାର 091 କେଜି 901 ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଗତବର୍ଷ 1 କେଜି 54 ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଚଳିତ ବର୍ଷ 630 ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଏହି ସବୁ ନିଶାକାରବାରକୁ ରୋକିବା ପାଇଁ ଅନ୍ୟ ରାଜ୍ୟର ପୋଲିସର ସହାୟତା ନେବା ସହ ଜଏଣ୍ଟ ଅପରେସନ କରାଯିବ ବୋଲି ଏସଟିଏଫର ଏସପି ରାହୁଲ ପିଆର କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ