ଓଡିଶା

odisha

ETV Bharat / city

STF ହାତରେ ଚୋରା‌ ବନ୍ଧୁକ ମାଫିଆ, ୮ ଦେଶୀ ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ଅନୁଗୁଳରୁ ହାର୍ଡକୋର‌ ବନ୍ଧୁକ ମାଫିଆକୁ ଗିରଫ କଲା STF । ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ । ଅଧିକ ପଢନ୍ତୁ

STF ହାତରେ ଚୋରା‌ ବନ୍ଧୁକ ମାଫିଆ, ରଖିଥିଲା ୮ଦେଶୀ ବନ୍ଧୁକ ସହ ୭ରାଉଣ୍ଡ ଗୁଳି
STF ହାତରେ ଚୋରା‌ ବନ୍ଧୁକ ମାଫିଆ, ରଖିଥିଲା ୮ଦେଶୀ ବନ୍ଧୁକ ସହ ୭ରାଉଣ୍ଡ ଗୁଳି

By

Published : Dec 19, 2021, 11:14 AM IST

Updated : Dec 19, 2021, 2:27 PM IST

ଭୁବନେଶ୍ବର: STF (Special Task Force) ହାତରେ ଚୋରା‌ବନ୍ଧୁକ ମାଫିଆ । ଡିଲବେଳେ ମାଡି ବସିଲା STF ଟିମ୍ । ଅନୁଗୁଳରୁ ହାର୍ଡକୋର‌ ବନ୍ଧୁକ ମାଫିଆକୁ ଗିରଫ କଲା STF । ଏଥିସହ ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସମ୍ବଲପୁର‌ ସରପଲି ନାକଟିଦେଉଳର ବୋଲି ଜଣାପଡିଛି ।

STF ହାତରେ ଚୋରା‌ ବନ୍ଧୁକ ମାଫିଆ, ୮ ଦେଶୀ ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଜବତ

ସୂଚନାଅନୁୟାୟୀ ଅନୁଗୁଳ କେରଜଙ୍ଗ ନିକଟରେ ଚୋରା‌ବନ୍ଧୁକ କାରବାରର ହେଉଥିବା ନେଇ ଏସଟିଏଫ ଟିମ୍ ଖବର ପାଇ ଥିଲା । ଏନେଇ ଚଢାଇ କରିବା ପରେ ବନ୍ଧୁକ ମାଫିଆ ସମେତ ଖବର ପାଇ ଏସଟିଏଫ୍ ଟିମ ଗିରଫ କରିବା ପରେ ବନ୍ଧୁକ ଓ ଗୁଳି ଜବତ କରିଥିଲା । କେନ୍ଦୁଝର ସମ୍ବଲପୁର ଓ ଅନୁଗୁଳ ଏହାର ବର୍ଡ ଅଞ୍ଚଳରେ ସକ୍ରିୟ ଥିଲା ଏହି ଅଭିଯୁକ୍ତ। ଗଞ୍ଜେଇ ମାଫିଆ ଓ ଖଣି ମାଫିଆଙ୍କ ଡିମାଣ୍ଡ ଦେଖି ସପ୍ଲାୟ କରୁଥିଲା ବନ୍ଧୁକ। ଏଥିସହ ଏସବୁ ଅଞ୍ଚଳରେ ଦାଦାବଟି ଅପରାଧିକ କାର୍ଯ୍ୟକଳାପ ପାଇଁ ଏପରି ବନ୍ଧୁକ କାରବାର ହେଉଥିବା ସନ୍ଦେହ କରୁଛି ଏସଟିଏଫ୍।

ତେବେ ଏସବୁ ଦେଶି ବନ୍ଧୁକ ହୋଇଥିବାରୁ କେହି ଏହାର ନେଟ ଓ୍ବାର୍କରେ ଥାଇପାରନ୍ତି । ତେବେ ଅଭିଯୁକ୍ତ ଜଣକ ଯୁକ୍ତ ଦୁଇ ପଢିଥିବା ବେଳେ ଏଭଳି କାରବାରରେ ବନ୍ଧୁକ ପିଛା ୫ରୁ ୭ହଜାର ଟଙ୍କା ପାଉଥିଲା। ଯାହାର ଟେର ପାଉନଥିଲା ଲୋକାଲ ପୋଲିସ । ତେବେ ରାଜ୍ୟରେ ଦେଶି ବନ୍ଧୁକ ବିକ୍ରିର ଖବର ପାଇ ଏହି ଅଭିଯୁକ୍ତକୁ ଟ୍ରାକ କରୁଥିଲା ଏସଟିଏଫ୍। ଶେଷରେ ଏକ ଜରି ଅଖାରେ ପେପର ଗୁଡାଇ ଡିଲ ପାଇ ନେବା ବେଳେ ରଙ୍ଗେହାତ ଧରିଥିଲା ଏସଟିଏଫ୍ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 19, 2021, 2:27 PM IST

ABOUT THE AUTHOR

...view details