ଓଡିଶା

odisha

ETV Bharat / city

ଆରଟିଓ ଅଫିସ କଡରେ ବାଘଛାଲ ଡିଲ, ରେଡ୍ ବେଳେ ହାତୀ ଦାନ୍ତ ସହ ତିନି ଗିରଫ - ରେଡ୍ ବେଳେ ହାତୀ ଦାନ୍ତ ସହ ଗିରଫ ତିନି

କେନ୍ଦୁଝର ଆରଟିଓ ଅଫିସ କଡରେ ବାଘ ଛାଲ ଡିଲ୍ । ହାତୀ ଦାନ୍ତ ସହ ଡିଲ୍ ବେଳେ ଏସଟିଏଫ ଚଢାଉ କରିଛି । ଅଧିକ ପଢନ୍ତୁ...

ଆରଟିଓ ଅଫିସ କଡରେ ବାଘଛାଲ ଡିଲ
ଆରଟିଓ ଅଫିସ କଡରେ ବାଘଛାଲ ଡିଲ

By

Published : Feb 8, 2021, 12:13 PM IST

Updated : Feb 8, 2021, 2:17 PM IST

ଭୁବନେଶ୍ବର:କେନ୍ଦୁଝର ଆରଟିଓ ଅଫିସ କଡରେ ବାଘ ଛାଲ ଡିଲ୍ । ହାତୀ ଦାନ୍ତ ସହ ଡିଲ୍ ବେଳେ ଏସଟିଏଫ ଚଢାଉ କରିଛି । ଚଢାଉ ବେଳେ ଗୋଟିଏ ବାଘ ଛାଲ ସହ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । 3 ଜଣ ଡିଲ୍ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ ।

ଆରଟିଓ ଅଫିସ କଡରେ ବାଘଛାଲ ଡିଲ, ରେଡ୍ ବେଳେ ହାତୀ ଦାନ୍ତ ସହ ଗିରଫ ତିନି

ସେମାନେ ହେଲେ ଘୋଷଡା କରଞ୍ଜିଆର ଶେଖ୍ ହସମତ ଅଲି, ମୟୂରଭଞ୍ଜର ଚନ୍ଦ୍ରକାନ୍ତ ଧଳ ଓ ଜଂଘିରାର ମଳୟ କୁମାର ରାଉତ ବୋଲି ଜଣାପଡିଛନ୍ତି । ପୂର୍ବରୁ ମଧ୍ୟ ବନ ବିଭାଗ ଶେଖ୍ ହସମତ ଅଲିକୁ ଗିରଫ କରିଥିଲା । ବଜ୍ରକାପ୍ତା ଚଲାଣ କରିଥିବା ଅଭିଯୋଗରେ ଅନେକ ଥର ସେ ଗିରଫ ହୋଇଛି । ତେବେ କେତେ ଟଙ୍କାରେ ଡିଲ୍ କରୁଥିଲେ, ଏମାନେ ବେପାରୀ ନା ଶିକାରୀ ସେ ନେଇ ଛାନଭିନ କରୁଛି ଏସଟିଏଫ ଟିମ୍ । ଏହା ସହ ତିନି ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 8, 2021, 2:17 PM IST

ABOUT THE AUTHOR

...view details