ଭୁବନେଶ୍ବର: ହାଇୱେରେ ବ୍ରାଉନସୁଗାର ଡିଲ । ଫିଲ୍ମ ଷ୍ଟାଇଲରେ ଏସଟିଏଫର ସିଜ୍ । ବାଲେଶ୍ବର ଏନଏଚ-୧୬ରୁ ଧରାପଡିଲେ ୨ ଡିଲର । ତେବେ ୩୦୧ ଗ୍ରାମ ବ୍ରାଉନ ସୁଗାର ଡିଲ ବେଳେ ଧରାପଡିଲେ ଏସକେ ହାଇଦର, ତନ୍ମୟ ଭୂୟାଁ । ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଡିଲ ନେଇ ପୂର୍ବରୁ ସୂଚନା ପାଇଥିଲା ଏସଟିଏଫ ଟିମ ।
ହାଇୱେରେ ବ୍ରାଉନସୁଗାର ଡିଲ; ୨ ଡ୍ରଗସ ଡିଲର ଗିରଫ, ୩00 ଗ୍ରାମ ଜବତ - stf arrest 2 drug peddler
ହାଇୱେରେ ବ୍ରାଉନସୁଗାର ଡିଲ ଚାଲିଥିବା ବେଳେ ଧରିଲା ଏସଟିଏଫ । 2 ଡ୍ରଗସ ଡିଲରଙ୍କ ସହ ସେମାନଙ୍କ ଠାରୁ ପ୍ରାୟ 300 ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ହାଇୱେ ଉପରେ ବ୍ରାଉନସୁଗାର ଡିଲ; ୨ ଡ୍ରଗସ ଡିଲର ଗିରଫ, ୩00 ଗ୍ରାମ ସିଜ୍
ଏନେଇ ଏସଟିଏଫର ଅଧିକାରୀ ଆରମ୍ଭ କରିଥିଲେ ଅପରେସନ । ଏନଏଚରେ ଅପେକ୍ଷା କରିଥିବା ବାଲେଶ୍ବର ସହଦେବ ଖୁଣ୍ଟାର ତନ୍ମୟ ଭୂୟାଁ ପାଖରେ ବୁଲେଟ ଯୋଗେ ପହଞ୍ଚିଥିଲା ଅରଡବଜାରର ଏସକେ ହାଇଦର । ଏକ ପ୍ୟାକେଟ ଡେଲିଭେରି ବେଳେ ନଗଦ ୨ ଲକ୍ଷ ୨୨ ହଜାର ୨୩୦ ଟଙ୍କା ସହ ୩୦୧ ଗ୍ରାମ ବ୍ରାଉନ ସୁଗାର ଏସଟିଏଫ ଟିମ୍ କରିଥିଲା ସିଜ୍ ।ଏଥି ସହ ତିନୋଟି ମୋବାଇଲ ସହ ବାଇକ ଓ ଏଟିଏମ ଓ ଡେବିଟ କାର୍ଡ ସିଜ କରିଛି ଏସଟିଏଫ ଟିମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ