ଭୁବନେଶ୍ବର:ସରକାରଙ୍କ ନଜର ଆଢୁଆଳରେ ଚାଲିଛି କୋଇଲା ଚୋରା ଚାଲାଣ । ମାଫିଆ ଲୁଟି ଚାଲିଛନ୍ତି ଖଣିଜ ଦ୍ରବ୍ୟ। ଚୋରାଚାଲାଣରେ ବ୍ୟବହାର ହେଉଛି ଟ୍ରକ ଓ ଜେସିବି। ରାଜସ୍ବ ହାନି କରି ମାଲାମାଲ ହେଉଛନ୍ତି ମାଫିଆ । ଏନେଇ ସୂଚନା ପାଇ ଚୋରାଚାଲାଣ କାରବାରର ଉପରେ ରେଡ ମାରିଛି STF ଟିମ। ଏଥିରେ ବିପୁଳ ପରିମାଣରେ ଖଣିଜ ଦ୍ରବ୍ୟ ସହ 4 ଜଣଙ୍କୁ ମଧ୍ୟ ଗିରଫ କିରିଛି ଏସଟିଏଫ । ଖଣିଜ ଚାଲାଣରେ ବ୍ୟବହାର ହୋଇଥିବା ଟ୍ରକ, ଜେସିବି ମଧ୍ୟ ଜବତ କରିଛି ଏସଟିଫ ।
ଖଣିଜପଥର ଚୋରା ଚାଲାଣବେଳେ ଧରିଲା STF, ୩୯ ଟନ ପଦାର୍ଥ ସହ ୪ ଗିରଫ - meneral smuggler
କଟକ-ଚୌଦ୍ଵାର ଗୋପାଳପୁର ଅଞ୍ଚଳରେ STF ହାତରେ ଖଣିଜ ପଦାର୍ଥ ଚୋରା ଚାଲାଣକାରୀ । ୩୭ ଟନ କୋଇଲା ସହ ୨ଟନ କ୍ରୋମ ମଧ୍ୟ ଜବତ । ଏକାଧିକ ଟ୍ରକ ଓ ଜେସିବି ମେସିନ ସହ 4 ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ...
![ଖଣିଜପଥର ଚୋରା ଚାଲାଣବେଳେ ଧରିଲା STF, ୩୯ ଟନ ପଦାର୍ଥ ସହ ୪ ଗିରଫ ଖଣିଜପଥର ଚୋରା ଚାଲାଣବେଳେ ଧରିଲା STF, ୩୯ ଟନ ପଦାର୍ଥ ସହ ୪ ଗିରଫ](https://etvbharatimages.akamaized.net/etvbharat/prod-images/768-512-13250938-thumbnail-3x2-truck.jpg)
ଖଣିଜପଥର ଚୋରା ଚାଲାଣବେଳେ ଧରିଲା STF, ୩୯ ଟନ ପଦାର୍ଥ ସହ ୪ ଗିରଫ
ମିଳିଥିବା ସୂଚନା ଅନୁସାରେ, STF ଟିମ କଟକ ଚୌଦ୍ଵାର ଗୋପାଳପୁର ଅଞ୍ଚଳରେ ଚେକିଂ ବେଳେ 2ଟି ଟ୍ରକ ସମେତ ଗୋଟିଏ ଜେସିବି ମେସିନ ଜବତ କରିବା ସହ ୩୭ ଟନ କୋଇଲା ସହ ୨ଟନ କ୍ରୋମ ମଧ୍ୟ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ 4 ଜଣଙ୍କୁ ମଧ୍ୟ ଗିରଫ କିରିଛି ଏସଟିଏଫ । ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୨୯୯ ଟନ ହାର୍ଡ କୋକ, ୨୧୯ମେଟ୍ରିକ ଟନ କ୍ରୋମ ଓ ୧୫୦ ଟନ କୋଇଲା ଜବତ କରାଯାଇ ସାରିଲାଣି। ଏଥିରେ ୨୬ଟି ଟ୍ରକ ଓ ଜେସିବି ସମେତ ଏକାଧିକ ଗାଡି ଜବତ ସହ ୩୨ଜଣ ଚାଲାଣକାରୀ ଅଭିଯୁକ୍ତଙ୍କୁ ଗିରଫ କରିଛି STF ଟିମ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ