ଭୁବନେଶ୍ୱର :ବିନା ପରମିଟରେ କୋଇଲା କାରବାର ଚାଲିଥିଲା । ଏହି ଚୋରା ଚାଲାଣ କରୁଛନ୍ତି କୋଇଲା ମାଫିଆ ମାନେ । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରୁଛନ୍ତି ଅସାଧୁ ବ୍ୟବସାୟୀ । ତେଣୁ ବାଧ୍ୟ ହୋଇ କୋଇଲ ଚୋରା ଚାଲାଣ ଉପରେ ନଜର ପକାଇଛି ଏସଟିଏଫ ଟିମ । ଯାହାର ସୁରାକ ପାଇ ଏସଟିଏଫ ଟିମ ଢେଙ୍କାନାଳ କାମାକ୍ଷା ନଗରରେ ରେଡ ବେଳେ ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛି ।
ବେଆଇନ କୋଇଲା ଚୋରା ଚାଲାଣ, କାମାକ୍ଷାନଗରରୁ ୨ ଟ୍ରକ ଜବତ ୨ ଅଟକ - କୋଇଲା ଚାଲାଣ ଉପରେ ଏସଟିଏଫ ଟିମର ଚଢାଉ
ବିନା ପରମିଟରେ କୋଇଲା କାରବାର ଚାଲିଥିଲା । ଯାହାର ସୁରାକ ପାଇ ଏସଟିଏଫ ଟିମ ଢେଙ୍କାନାଳ କାମାକ୍ଷା ନଗରରେ ରେଡ ବେଳେ ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛି । ଅଧିକ ପଢନ୍ତୁ...
![ବେଆଇନ କୋଇଲା ଚୋରା ଚାଲାଣ, କାମାକ୍ଷାନଗରରୁ ୨ ଟ୍ରକ ଜବତ ୨ ଅଟକ ବେଆଇନ କୋଇଲା ଚୋରା ଚାଲାଣ ଉପରେ ଏସଟିଏଫ ଟିମର ଚଢାଉ](https://etvbharatimages.akamaized.net/etvbharat/prod-images/768-512-10694150-thumbnail-3x2-bbsr.jpg)
ବେଆଇନ କୋଇଲା ଚୋରା ଚାଲାଣ ଉପରେ ଏସଟିଏଫ ଟିମର ଚଢାଉ
ବିଭିନ୍ନ ସ୍ଥାନରେ ରେଡ ବେଳେ ଦୁଇ ଟ୍ରକ କୋଇଲା ଜବତ ହୋଇଛି । ଏହି ଜବତ ହୋଇଥିବା ଟ୍ରକ ଅରୁନ ନାୟକଙ୍କ ନାମରେ ରହିଛି । ୨ ଜଣଙ୍କୁ ଅଟକ ରଖି ଏସଟିଏଫ ଟିମ ଛାନଭିନ କରୁଛି । ଏନେଇ କାମାକ୍ଷା ନଗର ଥାନାରେ ଏକ କେସ ରୁଜୁ କରି ତଦନ୍ତ ଚଳାଇଛି ଏସଟିଏଫ ଟିମ ।
ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ