ଭୁବନେଶ୍ବର: ବନ୍ଯପ୍ରାଣୀ ଶିକାର ନିରୋଧ ପାଇଁ ଜାରି ହେଲା ହେଲପଲାଇନ ନମ୍ବର । ଏସଟିଏଫ ଜାରି କଲା ସ୍ବତନ୍ତ୍ର ହେଲପଲାଇନ ନମ୍ବର ୯୪୩୯୨୬୩୬୪୬ । ଏହି ନମ୍ବରକୁ କଲ କରି ବନ୍ଯପ୍ରାଣୀ ଶିକାର ସମ୍ପର୍କରେ ସୂଚନା ଦେଇପାରିବେ। ରାଜ୍ଯରେ ବନ୍ଯପ୍ରାଣୀଙ୍କ ଛାଲ ସମେତ ହାତୀ ଦାନ୍ତ ଓ ବଜ୍ରକାପ୍ତା ଭଳି ଜନ୍ତୁ ଶିକାର କରୁଛନ୍ତି ବନ୍ଯପ୍ରାଣୀ ତସ୍କର । ଏହାକୁ ରୋକିବା ପାଇଁ ଯଦି କେହି ଏହି ନମ୍ବରରେ ଖବର ଦିଅନ୍ତି ସେମାନଙ୍କ ନାମ ଗୋପନ ରଖାଯିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ସମ୍ମାନିତ କରାଯିବ।
ବେକାବୁ ବନ୍ୟଜନ୍ତୁ ଶିକାର, ଜାରି ହେଲା ହେଲ୍ପଲାଇନ ନମ୍ବର - ବନ୍ୟଜନ୍ତୁ ଶିକାର,
ବନ୍ଯପ୍ରାଣୀ ଶିକାର ନିରୋଧ ପାଇଁ ଜାରି ହେଲା ହେଲପଲାଇନ ନମ୍ବର । ଏସଟିଏଫ ଜାରି କଲା ସ୍ବତନ୍ତ୍ର ହେଲପଲାଇନ ନମ୍ବର ୯୪୩୯୨୬୩୬୪୬ । ଅଧିକ ପଢନ୍ତୁ...
ବେକାବୁ ବନ୍ୟଜନ୍ତୁ ଶିକାର, ଜାରି ହେଲା ହେଲ୍ପଲାଇନ ନମ୍ବର
ବେକାବୁ ବନ୍ୟଜନ୍ତୁ ଶିକାର, ଜାରି ହେଲା ହେଲ୍ପଲାଇନ ନମ୍ବର
ତେବେ ବିଗତ ଏକ ବର୍ଷ ମଧ୍ଯରେ ୧୨ ବାଘ ଛାଲ ସହ ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ବଜ୍ରକାପ୍ତା ସମେତ ୫ କେଜିର ବଜ୍ରକାପ୍ତା କାତି ଜବତ ହୋଇଛି । ଏହାସହ ୧୩ଟି କେସରେ ୨୪ ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ । ଏହାକୁ ନେଇ ବନ୍ଯଜନ୍ତୁ ପ୍ରାଣୀ ଶିକାର ରୋକିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେବେ ନିକଟରେ ୧ ଲିଟର ସାପ ବିଷ ଜବତ ମଧ୍ଯ କରିଥିଲା ସିଟି ଫରେଷ୍ଟ ଡିଭିଜନ, ଯାହା ବନବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Apr 2, 2021, 5:47 PM IST