ଓଡିଶା

odisha

କୋଟିଏ ଟଙ୍କାର ବ୍ରାଉନସୁଗାର ସହ ଧରାପଡିଲା ମୋଷ୍ଟ ଓ୍ବାଣ୍ଟେଡ ଶିବୁ, କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଖସିଥିଲା

By

Published : Feb 21, 2022, 12:23 PM IST

ଧରାପଡିଲା ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନ ସୁଗାର ମାଫିଆ।ଫେରାର ମାଫିଆକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ୧ କେଜି ୨୨୭ ଗ୍ରାମ ବ୍ରାଉନସୁଗାର ସହଚାଲାଣ କରୁଥିବାବେଳେ ଧରାପଡିଲା ପାହାଳ ଛକରେ। ଅଧିକ ପଢନ୍ତୁ

STF ଜାଲରେ ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନସୁଗାର ମାଫିଆ, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
STF ଜାଲରେ ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନସୁଗାର ମାଫିଆ, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର:କ୍ରାଇମବ୍ରାଞ୍ଚ ଜାଲରେ ମୋଷ୍ଟ ଓ୍ବାଣ୍ଟେଡ ବ୍ରାଉନ ସୁଗାର ମାଫିଆ। ଫେରାର ମାଫିଆକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ପାହାଳ ଛକରେ ମାଡିବସିଲା STF। NH କ୍ରସିଂ ସମୟରେ ଅଭିଯୁକ୍ତ ଶିବୁ ପ୍ରସାଦ ଦାସ ଓରଫ ଶିବୁକୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ଗିରଫ ପରେ ଅଭିଯୁକ୍ତ ନିକଟରୁ ୧ କୋଟି ୨୦ ଲକ୍ଷ ଟଙ୍କାର ୧୨୨୭ଗ୍ରାମ ବ୍ରାଉନସୁଗାର ଜବତ କରିଛି STF ଟିମ।

ନୟାଗଡସ୍ଥିତ ଭଡାଘରୁ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଖସିଯାଇଥିଲା ଅଭିଯୁକ୍ତ ଶିବୁ। ଗତ ୨୪ ଜାନୁଆରୀରେ ଶିବୁ ନିକଟରୁ ୩ କେଜି ବ୍ରାଉନ ସୁଗାର ସହ ୬୫ ଲକ୍ଷ ନଗଦ ଟଙ୍କା ଓ ଚୋରା ବନ୍ଧୁକ ଜବତ କରିଥିଲା ଏସଟିଏଫ୍ ଟିମ। ତେବେ ଶିବୁ ନାଁରେ ଅନେକ ଜିଲ୍ଲାରେ ୬ଟି ଅପରାଧିକ ମାମଲା ରହିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଅଧିକ ତଦନ୍ତ କରିବାକୁ ତାକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details