ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ବାଘ ଛାଲ ବେପାରୀ । ଗତକାଲି(ବୁଧବାର) ବୌଦ୍ଧ ବାଉଁଶୁଣୀ ଥାନା ନିକଟରେ ଡିଲ କରୁଥିବାବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ ।
ଡିଲ ବେଳେ ମାଡ଼ି ବସିଲା STF, ୨ ବାଘ ଛାଲ ବେପାରୀ ଗିରଫ ସେମାନଙ୍କ ପାଖରୁ ଜବତ ହୋଇଛି ଏକ କଲରା ପତରିଆ ବାଘ ଛାଲ । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଅବନୀ କାନ୍ତ କଅଁର, ସାକ୍ଷୀନାଥ କହଁର । ଦେଢ଼ ଲକ୍ଷ ଟଙ୍କାରେ ଡିଲ ହୋଇଥିଲା ବାଘ ଛାଲ । ଗତ ୧ ବର୍ଷ ମଧ୍ୟରେ 20ଟି ବାଘ ଛାଲ ଜବତ କରିଛି ଏସଟିଏଫ ।
ଡିଲ ବେଳେ ମାଡ଼ି ବସିଲା STF, ୨ ବାଘ ଛାଲ ବେପାରୀ ଗିରଫ ଡିଲ ବେଳେ ମାଡ଼ି ବସିଲା STF, ୨ ବାଘ ଛାଲ ବେପାରୀ ଗିରଫ ଏ ଯାଏଁ ଗତ ଏକ ବର୍ଷ ମଧ୍ୟରେ 20ଟି ବାଘ ଛାଲ, 10ଟି ହାତୀ ଦାନ୍ତ, 15ଟି ବଜ୍ରକାପ୍ତା, 2ଟି ହରିଣ ଛାଲ ଜବତ କରିଛି STF । ତେବେ ଆଗକୁ ଏହି ବେଆଇନ ବେପାରୀଙ୍କୁ ଧରିବା ପାଇଁ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଏସପି ତେଜରାଜ ପଟେଲ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ