ଓଡିଶା

odisha

ETV Bharat / city

STF ହାତରେ ବାଘ ଛାଲ ଶିକାରୀ; ଯୋଜନା ମୁତାବକ କାବୁ କଲା ଟିମ - tiger skin seller

ରାଜ୍ୟରେ ବିଭିନ୍ନ ସ୍ଥାନରେ ମାତିଛନ୍ତି ବାଘଛାଲ ବେପାରୀ । ତାଙ୍କୁ କାବୁ କରିବାରେ ସଫଳ ହୋଇଛି STF । ବୌଦ୍ଧ ମନମୁଣ୍ଡା କପାଶିରାରୁ ଜଣେ ଶିକାରୀକୁ ଗିରଫ କରିଛି ଟିମ । ଅଧିକ ପଢନ୍ତୁ...

STF ହାତରେ ବାଘ ଛାଲ ଶିକାରୀ
STF ହାତରେ ବାଘ ଛାଲ ଶିକାରୀ

By

Published : Jul 21, 2021, 8:03 PM IST

Updated : Jul 22, 2021, 7:38 AM IST

ଭୁବନେଶ୍ବର: ଏସଟିଏଫକୁ ସଫଳତା । ରାଜ୍ୟରେ ବିଭିନ୍ନ ସ୍ଥାନରେ ମାତିଛନ୍ତି ବାଘଛାଲ ବେପାରୀ । ତାଙ୍କୁ କାବୁ କରିବାରେ ସଫଳ ହୋଇଛି STF । ବାଘ ଛାଲ ଶିକାରୀକୁ କାବୁ କରିବା ସହିତ ବନ୍ଧୁକ ଓ ବାଘ ଛାଲ ଜବତ କରିଛି ଟିମ । ବୌଦ୍ଧ ମନମୁଣ୍ଡା କପାଶିରାରୁ ଶିକାରୀକୁ ଗିରଫ କରିଛି ଟିମ ।

ବାଘ ଛାଲ ଡିଲ ହେଉଥିବା ନେଇ ପୂର୍ବରୁ ସୂଚନା ପାଇଥିଲା ଟିମ । ଯୋଜନା ମୁତାବକ ଜଙ୍ଗଲରେ ଛକି ରହିଥିଲା ଟିମ । ଏହି ସମୟରେ ବୌଦ୍ଧ କଣ୍ଟାମାଳର ହର ରାଣାକୁ ଗିରଫ କରିଛି ଟିମ । ତାଠାରୁ ବାଘ ଛାଲ ସହ ଗୋଟିଏ ଏସବିଏମଏଲ ବନ୍ଧୁକ ସହ ଗୋଳା ଜବତ କରିଛି ହୋଇଛି ।

ବାଘ ଛାଲ ଜବତ ଘଟଣାରେ ଶିକାରୀକୁ ଗିରଫ କରି ଘଟଣାର ଦଦନ୍ତ କରିଛି ଟିମ । ଚଳିତ ବର୍ଷ ଏଯାଏଁ ୧୫ଟି ବାଘଛାଲ ସହ ୯ଟି ହାତୀ ଦାନ୍ତ ୨ଟି ହରିଣ ଛାଲ ୩ଟି ପାଙ୍ଗୋଲିନ ଓ ୧୦କେଜି ପାଙ୍ଗୋଲିନ ଛାଲ ଜବତ ହୋଇଛି । ଏହା ସହିତ ମୋଟ ୨୮ଜଣ ଅଭିଯୁକ୍ତକୁ ଗିରଫ କରି ସାରିଛି ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Jul 22, 2021, 7:38 AM IST

ABOUT THE AUTHOR

...view details