ଭୁବନେଶ୍ବର: ଗିରଫ ହେଲା କୁଖ୍ୟାତ ଖଣି ମାଫିଆ ପ୍ରଦୀପ ବେହେରା । ଖୋର୍ଦ୍ଧା ସଦରର ଦଳେଇପୁଟରୁ ତାକୁ ଗିରଫ କରିଛି ଏସଟିଏଫ ଟିମ । ତା ନାଁରେ ଅନେକ ବେଆଇନ ଖଣି ଖାଦାନର ଅଭିଯୋଗ ରହିଥିବା ଜଣାପଡିଛି । ତେବେ ଏଥିରେ ପ୍ରଦୀପର ଅନେକ ପଲିଟିକାଲ ଲିଙ୍କ ଥିବା ଜଣାପଡିଛି ।
ଗତକାଲି ନଳିଆ କାହାଳସିଂ ନାମକ ଆଉ ଜଣେ ମାଫିଆ ଗିରଫ ହେବା ପରେ ଆଜି ପ୍ରଦୀପଙ୍କୁ ଗିରଫ କରିଛି ଏସଟିଏଫ ଟିମ । ତେବେ ସବଠୁ ବଡ କଥା ହେଲା, ପ୍ରଦୀପର କିଛି ପଲଟିକାଲ ଲୋକଙ୍କ ସହ ସମ୍ପର୍କଥିବା ଜାଣିବାକୁ ପାଇଛି ଏସଟିଏଫ ।