ଓଡିଶା

odisha

ETV Bharat / city

ଗାଜିଆବାଦରୁ ଧରାପଡିଲା ମାଷ୍ଟରମାଇଣ୍ଡ, ଓଡିଶାକୁ ପଠାଉଥିଲା ଆମେରିକାନ କୋକେନ

ଓଡ଼ିଶାରେ ଆମେରିକାନ କୋକେନର ନେଟୱର୍କ ଆରମ୍ଭ କରିଥିବା ମାଷ୍ଟର ମାଇଣ୍ଡକୁ ଉତ୍ତରପ୍ରଦେଶ ଗାଜିଆବାଦରୁ ଧରିଲା ଏସଟିଏଫ ଟିମ । ଅଧିକ ପଢନ୍ତୁ

ଗାଜିଆବାଦରୁ ଧରାପଡିଲା ମାଷ୍ଟରମାଇଣ୍ଡ, ଓଡିଶାକୁ ପଠାଉଥିଲା ଆମେରିକାନ କୋକେନ
ଗାଜିଆବାଦରୁ ଧରାପଡିଲା ମାଷ୍ଟରମାଇଣ୍ଡ, ଓଡିଶାକୁ ପଠାଉଥିଲା ଆମେରିକାନ କୋକେନ

By

Published : Sep 1, 2022, 7:14 PM IST

ଭୁବନେଶ୍ବର: ରାଜଧାନୀରେ କୋକେନ ସପ୍ଲାଏ ଲିଙ୍କର ଖୁଲାସା । ୟୁପିର ଗାଜିଆବାଦରୁ ମାଷ୍ଟର ମାଇଣ୍ଡକୁ ଧରିଲା ଏସଟିଏଫ୍(STF) । ୟୁପି ପୋଲିସ ସହାୟତାରେ ଗୁଲବେଶ ଖାନକୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତ ଓଡ଼ିଶାକୁ ଆମେରିକାନ କୋକେନ ପଠାଉଥିବାବେଳେ ରାଜ୍ୟରେ ତିଆରି କରୁଥିଲା କୋକେନ ନେଟୱର୍କ ।

ଗତ ୧୨ ଏପ୍ରିଲରେ ଏକ ତାରକା ହୋଟେଲ ସାମ୍ନାରୁ ଦୁଇଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ । ସେମାନଙ୍କ ଠାରୁ ୫୦ଲକ୍ଷ ଟଙ୍କାର ୨୦୨ଗ୍ରାମର କୋକେନ ଜବତ କରିଥିଲା ଏସଟିଏଫ୍ । ଗିରଫ ଦୁଇ ଜଣଙ୍କୁ ଦିଲ୍ଲୀ ଲିଙ୍କ ସାମ୍ନାକୁ ଆସିଥିଲା । ତୁର୍କମାନ ଗେଟରୁ କୋକେନ ସପ୍ଲାଏ ହେଉଥିଲା ବୋଲି ସୁରାକ ପାଇଥିଲା ଏସଟିଏଫ୍ । ପରେ ଏନେଇ ତଦନ୍ତ ଜାରି ରଖିଥିଲା ଶେଷରେ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣିଛି ଏସଟିଏଫ୍ ।

ଗାଜିଆବାଦରୁ ଧରାପଡିଲା ମାଷ୍ଟରମାଇଣ୍ଡ, ଓଡିଶାକୁ ପଠାଉଥିଲା ଆମେରିକାନ କୋକେନ

ଭୁବନେଶ୍ବରରେ ବିଶ୍ବସ୍ତରୀୟ ଖେଳ ହେଉଥିବାରୁ ବିଦେଶୀଙ୍କ ଡିମାଣ୍ଡ ଦେଖି ଏପରି ଆରମ୍ଭ ହୋଇଥିଲା ବ୍ୟବସାୟ । ପର୍ଯ୍ୟଟକଙ୍କ ଡିମାଣ୍ଡ ଦେଖି କୋକେନ ବିକ୍ରି ଆରମ୍ଭ କରିଥିଲେ ଦଲାଲ । ଲାଟିନ ଆମେରିକାର ଏହି ବ୍ୟୟବହୁଳ ନିଶା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପହଞ୍ଚିଥିଲା ଭୁବନେଶ୍ବର । ବିଦେଶୀ ନିଶାଡିଙ୍କ ଡିମାଣ୍ଡ ଦେଖି ଦିଲ୍ଲୀ, ମୁମ୍ବାଇ ଓ ଗୋଆରୁ ଆଣି ଓଡିଶା ପହଞ୍ଚାଉଥିଲା ରାଜ୍ୟ ବାହାରର କିଛି ବ୍ୟବସାୟୀ । ଆଗକୁ ୨୦୨୩ ବିଶ୍ବକପକୁ ନଜରରେ ରଖି ତିଆରି କରୁଥିଲେ କୋକେନ ସପ୍ଲାଏର ନେଟୱର୍କ ।

ଏହା ବି ପଢନ୍ତୁ- ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଘରୁ ମିିଳିଲା ମୃତଦେହ

ଏହି ହାଇଫାଇ ନିଶା ନେଟୱର୍କରେ ଧରାପଡିବା ପରେ ସାମ୍ନାକୁ ଆସିଛି ନେଟୱର୍କର ଚେର । ଧରାପଡିଥିବା ମାର୍କେଟ ବିଲ୍ଡିଂର ଚୁଡି ଦୋକାନୀ ସନିକୁମାରକୁ ସପ୍ଲାଏ କରୁଥିଲା ରବି ସି । ଯିଏକି ଦିଲ୍ଲୀର ଜଣେ ଟ୍ରାଭେଲସ ବିଜନେସ ମ୍ୟାନ । ଦିଲ୍ଲୀର ତୁର୍କମାନ ଗେଟରୁ କୋକେନ ଆଣି ଭୁବନେଶ୍ବରରେ ପହଞ୍ଚାଉଥିଲା । ଜାଭିୟର ଛକରେ ଏକ ତାରକା ହୋଟେଲ ସାମ୍ନାରେ ଡେଲିଭେରିବେଳେ ଏସଟିଏଫ୍ ହାତରେ ଧରାପଡିଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ଠାରୁ କିଛି ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଛି ।

ତେବେ ଦୁଇ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏନେଇ ଦିଲ୍ଲୀ ଓ ତାରକା ହୋଟେଲ ସମେତ ପୁରୀ ନେଟୱର୍କର ଚେର ଖୋଜିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏଥିସହ ପ୍ରାଥମିକ ତଦନ୍ତରୁ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ ଚୁଡି ବେପାର କରୁଥିବା ସନି କୁମାର ମାର୍କେଟ ବିଲ୍ଡି୍ଂରେ ବିକ୍ରି ଆଳରେ ଏହି ଧନ୍ଦା ଚଲାଉଥିଲା । ବଡ଼ ବଡ ହୋଟେଲକୁ ଆସୁଥିବା ପର୍ଯ୍ୟଟକ ଜିନିଷ କିଣିବା ବାହାନାରେ ସେଠାରେ ପହଞ୍ଚୁଥିଲା । ଏପରିକି ଖେଳ ସମୟରେ କିଛି ବିଦେଶୀ ପର୍ଯଟକଙ୍କ ସହ ଚିହ୍ନା ପରିଚିତ ହୋଇଥିଲା ସନ୍ନି ।

ସେମାନଙ୍କ ଜରିଆରେ କିଛି ତାରକା ହୋଟେଲର ମ୍ୟାନେଜରଙ୍କ ଜରିଆରେ ବେଶ ପରିଚିତ ଥିଲା । ବିଦେଶୀ ପର୍ଯଟକ ପହଞ୍ଚୁଥିବା କେତେଗୋଟି ହାତଗଣତି ତାରକା ହୋଟେଲକୁ ଆସି କୋକେନ ଡେଲିଭେରୀ ଦେଉଥିଲା ସନ୍ନି । ବଡ଼ ଧରଣର କୋକେନ ଡେଲିଭେରି ଥିବାରୁ ସେଦିନ ଜାଭିୟର ଛକରେ ଧରାପଡିଥିଲେ ଦୁଇ ଅଭିଯୁକ୍ତ । ଏବେ ହୋଟେଲ ଲିଙ୍କ୍‌ ସାମ୍ନାକୁ ଆସିବା ପରେଏସଟିଏଫ୍ ଦୁହିଁଙ୍କ କଲ ରେକର୍ଡରୁ ସେମାନଙ୍କ ନେଟୱର୍କର ଚେର ଖୋଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details