ଓଡିଶା

odisha

ETV Bharat / city

ସଂକ୍ରମଣ ସ୍ଥିତି ସ୍ଥିର ରହିଛି, ହ୍ରାସ ପାଇଁ ଲାଗିବ ସମୟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିର

ବର୍ତ୍ତମାନ କରୋନା ସଂକ୍ରମଣ ଆପାତତଃ ଭାବେ ସ୍ଥିର ରହିଛି । ସଂକ୍ରମଣ କମିବାକୁ ହେଲେ ଲମ୍ବା ସମୟ ଆବଶ୍ୟକ । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାରେ ଲାଗୁଛି। ସଂକ୍ରମଣ କମିବାକୁ ହେଲେ ଆମକୁ ଲମ୍ବା ସମୟ ଆବଶ୍ୟକ। ଅଧିକ ପଢନ୍ତୁ

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 20, 2022, 10:45 PM IST

ଭୁବନେଶ୍ବର:ବର୍ତ୍ତମାନ କରୋନା ସଂକ୍ରମଣ ଆପାତତଃ ଭାବେ ସ୍ଥିର ରହିଛି । ସଂକ୍ରମଣ କମିବାକୁ ହେଲେ ଲମ୍ବା ସମୟ ଆବଶ୍ୟକ । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାରେ ଲାଗୁଛି। ସଂକ୍ରମଣ କମିବାକୁ ହେଲେ ଆମକୁ ଲମ୍ବା ସମୟ ଆବଶ୍ୟକ। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଆପାତତଃ ଭାବେ ସ୍ଥିର ରହିଛି। ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି। ଆଜି ଏହା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ସଂକ୍ରମଣ ସ୍ଥିତି ସ୍ଥିର ରହିଛି, ହ୍ରାସ ପାଇଁ ଲାଗିବ ସମୟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସେ କହିଛନ୍ତି ଦୈନିକ ସଂକ୍ରମଣ 10 ହଜାରରୁ 11 ହଜାର ମଧ୍ୟରେ ସଂକ୍ରମଣ ରହୁଛି। ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି। କେସ ଡବଲିଙ୍ଗ କମିଛି। ବର୍ତମାନ ସ୍ଥିତିରେ ରାଜ୍ୟରେ 88 ହଜାର ଆକ୍ଟିଭ କେସ ରହିଛି। ହେଲେ ମାତ୍ର1230 ଲୋକ ହସ୍ପିଟାଲରେ ଅଛନ୍ତି। ଯାହା ଆମ ପାଇଁ ଆଶ୍ବାସନାର ବିଷୟ। ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡିନାହିଁ। ଆଇସିୟୁରେ ମଧ୍ୟ ଅଧିକ ରୋଗୀ ନାହାନ୍ତି। ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସେହିପରି ଜନସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ରାଜ୍ୟରେ ଚାରୋଟି ଜିଲ୍ଲା ସୁନ୍ଦରଗଡ, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ, ସ୍ବାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢାଇବାକୁ ନିର୍ଦେଶ ଦିଆଯାଇଛି। ଓମିସିଓର କିଟ ଏକ ସାମ୍ପୁଲ ଷ୍ଟଡି | ଆଇସିଏମର ମଧ୍ୟ କହିଛି ଓମିକ୍ରନ ଜାଣିଲେ ଟ୍ରିଟମେଣ୍ଟରେ କୌଣସି ଫରକ ପଡୁନାହିଁ | ଟ୍ରିଟମେଣ୍ଟ ସମାନ । ଏହା କେବଳ ଏପିଡେମିକ ଷ୍ଟଡି ପାଇଁ ବ୍ୟବହାର କରାଯାଉଛି।

ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି କୋଭିଡ ସ୍ଥିତି କମିନାହିଁ। ଏମାସ ଶେଷ ସୁଦ୍ଧା ପିକ ରହିବ। ତାପରେ ଧୀରେଧୀରେ କମିବ। ବର୍ତ୍ତମାନ ଲୋକମାନେ ଡରିବା ଆରମ୍ଭ କଲେଣି ।

କଣ ଥିଲା ଗତ 7 ଦିନର ସ୍ଥିତି...

ଜାନୁଆରୀ 19 ତାରିଖରେ ସଂକ୍ରମଣ ଚିହ୍ନଟ ହୋଇଥିଲା 11 ହଜାର 607, ଜାନୁଆରୀ 18 ରେ 11 ହଜାର 086, ଜାନୁଆରୀ 17 ରେ 10 ହଜାର 489, ଜାନୁଆରୀ 16 ରେ 11 ହଜାର 177 ଜାନୁଆରୀ 15 ରେ 10 ହଜାର 856, ଜାନୁଆରୀ 14 ରେ 10 ହଜାର 273 ଜଣ ଓ ଜାନୁଆରୀ 13 ରେ 10 ହଜାର 59 ଜଣ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details