ଭୁବନେଶ୍ବର: ଆସୁଛନ୍ତି ଜଗତଜନନୀ ମା ଦୁର୍ଗା । ଏଥିପାଇଁ ଚଞଚଞ୍ଚଳ ରାଜଧାନୀ । ଷ୍ଟେସନ ବଜାର ପୂଜା ସମିତି ପକ୍ଷରୁ ନିର୍ମାଣ ହେଉଛି ଅଜନ୍ତା ଓ ଏଲୋର ଗୁମ୍ଫାର ତୋରଣ। ଯାହାକି ପୂଜା ବଜାରରେ ଆକର୍ଷଣର କେନ୍ଦ୍ର ସାଜିବ । ଏଥିସହ ଆଭ୍ୟନ୍ତରରେ ଆଦିମ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକଙ୍କ ଜୀବନଶୈଳୀକୁ ବାଖ୍ୟ ସ୍ବରୂପ ସ୍ବତନ୍ତ୍ର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହେବ ।
ଏଥର ଅଜନ୍ତା, ଏଲୋରା ଗୁମ୍ଫା ଶୈଳୀରେ ପୂଜା ମଣ୍ଡପ - ଜଗତଜନନୀ ମା ଦୁର୍ଗା
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଷ୍ଟେସନ ବଜାର ପୂଜା ସମିତି ପକ୍ଷରୁ ନିର୍ମାଣ ହେଉଛି ଅଜନ୍ତା ଓ ଏଲୋର ଗୁମ୍ଫାର ତୋରଣ। ଦର୍ଶନ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ।
ବୁଧବାର ପୂଜା ସମିତି ପକ୍ଷରୁ ଏକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା ସମ୍ବନ୍ଧୀୟ ତଥ୍ୟର ସୂଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ଗଣେଶ ପ୍ରସାଦ ସାହୁ । ଦୀର୍ଘ 64 ବର୍ଷ ଧରି ଦୁର୍ଗା ପୂଜା ପାଳନ କରୁଥିବା ଏହି ମଣ୍ଡପ 2005ରୁ ଚାନ୍ଦିରେ ମେଢ଼ କରିଆସୁଛି । ଚଳିତ ବର୍ଷ 2 କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଚାନ୍ଦି ବ୍ୟବହାର ନେଇ ପ୍ରସ୍ତୁତି ରହିଛି । ସେହିପରି 2017 ମସିହାରୁ ମାଙ୍କ ମୁକୁଟ ପାଇଁ ସୁନା ବ୍ୟବହାର ହୋଇଥିବାବେଳେ ଏବର୍ଷ ମଧ୍ୟ ପାଖାପାଖି 3 କେଜି ସୁନା ଵ୍ୟଵହାର ହେବ । ଲୋକଙ୍କ ସୁରକ୍ଷା ଓ ମନୋରଞ୍ଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଛି । ତେବେ ଗତ ଫନି ବାତ୍ୟା ପାଇଁ ଏଥର ବଜେଟ କମ କରାଯାଇ 30 ରୁ 35 ଲକ୍ଷ ଟଙ୍କା ରହିବ । ମଣ୍ଡପ ଚର୍ତୁପାର୍ଶ୍ବକୁ ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସଜାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।
ତେବେ ଏଥର ସବୁ ମଣ୍ଡପ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ଓଡ଼ିଆ ସଂସ୍କୃତିର ରୁଦ୍ଧିମନ୍ତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ବ ଦେବାକୁ ଯୋଜନା ରହିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ