ଓଡିଶା

odisha

ETV Bharat / city

ରାଜ୍ୟର 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ - ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ

ରାଜ୍ୟରେ ମ୍ୟାଲେରିଆ ନିରାକରଣ ସଫଳ ହୋଇଛି। ହେଲେ 2018ରେ ଓଡ଼ିଶାରେ 5198 ଜଣଙ୍କୁ ଡେଙ୍ଗୁ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

malaria prone
ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ

By

Published : Dec 6, 2019, 5:16 PM IST

ଭୁବନେଶ୍ବର: ରାଜ୍ୟରେ ମ୍ୟାଲେରିଆ ନିରାକରଣ ସଫଳ ହୋଇଛି। 2016ରେ ରାଜ୍ୟର 22 ଜିଲ୍ଲା ମ୍ୟାଲେରିଆ କବଳରେ ଥିବାବେଳେ 2017ରେ 21 ଓ 2018ରେ 10ଟି ଜିଲ୍ଲାରେ ଏହି ରୋଗ କାୟା ବିସ୍ତାର କରିଛି। ସମଗ୍ର ଦେଶରେ ଛତିଶଗଡ଼ର ସର୍ବାଧିକ 14 ଜିଲ୍ଳା ମ୍ୟାଲେରିଆ ପ୍ରବଣ ବୋଲି ଜଣାପଡ଼ିଛି।

ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ
ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ

ଏନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏପରି କହିଛନ୍ତି। 2016 ରେ ଓଡ଼ିଶାରେ 4 ଲକ୍ଷ 44 ହଜାର 844 ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ 77 ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ
ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ

2017 ରେ 4 ଲକ୍ଷ 47 ହଜାର 860 ଜଣ ଆକ୍ରାନ୍ତ ହୋଇଥିବା ବେଳେ 24 ଜଣଙ୍କ ମୃତ୍ୟୁ ହୋଇଛି। 2018 ରେ 66 ହଜାର 311 ଜଣଙ୍କୁ ଆକ୍ରାନ୍ତ ହୋଇଥିଲା ବେଳେ ମାତ୍ର 3 ଜଣଙ୍କ ମୃତ୍ୟୁ ହୋଇଛି। 2018ରେ ଓଡ଼ିଶାରେ 5198 ଜଣଙ୍କୁ ଡେଙ୍ଗୁ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତ ଦୁଇ ବର୍ଷ ହେବ ଓଡ଼ିଶାରେ ଚିକେନଗୁନିଆର ପ୍ରାଦୁର୍ଭାବ ନଥିବା ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ରାଜ୍ୟରେ 10 ଜିଲ୍ଲା ମ୍ୟାଲେରିଆ ପ୍ରବଣ, ଚିନ୍ତା ବଢ଼ାଉଛି ଡେଙ୍ଗୁ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details