ଓଡିଶା

odisha

ETV Bharat / city

ଶତ ପ୍ରତିଶତ ଚାଉଳ ପାଇଁ ଚିଠି ଲେଖିଲା ରାଜ୍ୟ, ସାଥ ଦେଲା କଂଗ୍ରେସ - ଚାଉଳ ପାଇଁ ଚିଠି ଲେଖିଲା ରାଜ୍ୟ

ଚାଉଳ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ହିତାଧିକାରୀଙ୍କ ଚାହିଦା ଅନୁସାରେ କେନ୍ଦ୍ର ସରକାର ଗହମ ବଦଳରେ ଚାଉଳ ଦେବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତ ପ୍ରତିଶତ ଚାଉଳ ନଦେଇ ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ରାଜ୍ୟକୁ ଦେଉଛି । ଅଧିକ ପଡନ୍ତୁ

ଶତ ପ୍ରତିଶତ ଚାଉଳ ପାଇଁ ଚିଠି ଲେଖିଲା ରାଜ୍ୟ, ସାଥ ଦେଲା କଂଗ୍ରେସ
ଶତ ପ୍ରତିଶତ ଚାଉଳ ପାଇଁ ଚିଠି ଲେଖିଲା ରାଜ୍ୟ, ସାଥ ଦେଲା କଂଗ୍ରେସ

By

Published : Apr 12, 2022, 10:27 PM IST

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ। ହେଲେ ବିଭିନ୍ନ ସମୟରେ ଓଡିଶା ପ୍ରତି କେନ୍ଦ୍ର ସରକାର ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ଆସାମ, ଗୋଆ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପରି ବହୁ ରାଜ୍ୟ ଶତ ପ୍ରତିଶତ ଚାଉଳ ପାଉଥିବା ବେଳେ ଓଡିଶା ପ୍ରତି ଟାଳଟୁଳ ନୀତି ଗ୍ରହଣ କରୁଛି କେନ୍ଦ୍ର । ତେଣୁ ତୁରନ୍ତ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଦେବା ପାଇଁ ଦାବି କରିଛି ରାଜ୍ୟ। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ଶତ ପ୍ରତିଶତ ଚାଉଳ ପାଇଁ ଚିଠି ଲେଖିଲା ରାଜ୍ୟ, ସାଥ ଦେଲା କଂଗ୍ରେସ

ଏନେଇ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ହିତାଧିକାରୀଙ୍କ ଚାହିଦା ଅନୁସାରେ କେନ୍ଦ୍ର ସରକାର ଗହମ ବଦଳରେ ଚାଉଳ ଦେବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତ ପ୍ରତିଶତ ଚାଉଳ ନଦେଇ ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ରାଜ୍ୟକୁ ଦେଉଛି । ଫଳରେ ଓଡିଶାର ଚାହିଦା ପୂରଣ ହୋଇପାରୁନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩.୨୫୪ କୋଟି ହିତାଧୁକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରନ୍ତି ।

ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି ଏବଂ ଏହା ଖାଦ୍ୟ ସୁରକ୍ଷାର ନିର୍ଦ୍ଦେଶନାମା ପୂରଣ କରୁନାହିଁ । ଏନେଇ ପୂର୍ବରୁ ବହୁବାର ରାଜ୍ୟ କେନ୍ଦ୍ରକୁ ଚିଠି ଲେଖି ଶତ ପ୍ରତିଶତ ଚାଉଳ ଦେବା ପାଇଁ ଦାବି କରିଛି ରାଜ୍ୟ । ହେଲେ କେନ୍ଦ୍ର ଏହାକୁ କର୍ଣ୍ଣପାତ କରୁନାହିଁ । ସେହିପରି ୧୦ ଲକ୍ଷ ମେଟ୍ରିକ ଟ୍ରନ ଉଷୁନା ଚାଉଳ ବି କେନ୍ଦ୍ର ରାଜ୍ୟ ଠାରୁ ଉଠାଉନାହିଁ । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଛି ।

ଆଉ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସ୍ବର ମିଳାଇଛି କଂଗ୍ରେସ । ବିଧାୟକ ସୁର ରାଉତରାୟ କହିଛନ୍ତି ଭାରତରେ ଖାଦ୍ୟ ଶସ୍ୟ ଆବଶ୍ୟକତା ଠାରୁ ଅଧିକ ଉତ୍ପାଦନ ହେଉଛି । ଉଭୟ ରାଜ୍ୟ ସରକାର ରାଜନୀତି ନକରି ଜନସାଧାରଣଙ୍କ ସ୍ବାର୍ଥ ଉପରେ ଗୁରୁତ୍ବ ଦିଅନ୍ତୁ।

ସେହିପରି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଚାଉଳ ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା କିଛି ନୂଆ ନୁହେଁ। ରାଜ୍ୟ ସରକାର ନିଜେ ଚାଷୀଙ୍କ ଚାଉଳ କିଣନ୍ତୁ। ଛତିଶଗଡ ଭଳି ରାଜ୍ୟ ଯେମିତି ନିଜେ ସମସ୍ତ ଚାଉଳ କିଣୁଛନ୍ତି ସେମିତି ଓଡିଶା ସରକାର ମଧ୍ୟ କିଣନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details