ଓଡିଶା

odisha

By

Published : Jun 24, 2021, 4:12 PM IST

ETV Bharat / city

ଜୁନ ପହିଲାରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ 4 ପ୍ରତିଶତ ଅଧିକ ବର୍ଷା

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ବର୍ଷା ଜାରି ରହିଛି । କିଛି କିଛି ଜିଲ୍ଲାରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ହୋଇଛି । ଚଳିତ ଜୁନ 1ରୁ 23 ତାରିଖ ମଧ୍ୟରେ ରାଜ୍ୟରେ ୧୬୨.୮ ମିମି ବର୍ଷା ହୋଇଛି । ଅଧିକ ପଢନ୍ତୁ...

ଜୁନ ପହିଲାରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ 4 ପ୍ରତିଶତ ଅଧିକ ବର୍ଷା
ଜୁନ ପହିଲାରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ 4 ପ୍ରତିଶତ ଅଧିକ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ବର୍ଷା ଜାରି ରହିଛି । କିଛି କିଛି ଜିଲ୍ଲାରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ହୋଇଛି । ଚଳିତ ଜୁନ 1ରୁ 23 ତାରିଖ ମଧ୍ୟରେ ରାଜ୍ୟରେ ୧୬୨.୮ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ୧୫୬.୧ ମିମି ଠାରୁ ୪ ପ୍ରତିଶତ ଅଧିକ ରହିଛି ।

ଜୁନ ୧ ରୁ ୨୪ ମଧ୍ୟରେ ୮ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ହେଇଛି । ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି |

ଏହି ସମୟ ପରିଧି ମଧ୍ୟରେ ୨ଟି ଜିଲ୍ଲା ପୁରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ହେଇଛି । ୧୦ଟି ଜିଲ୍ଲା ଦେବଗଡ, ସମ୍ବଲପୁର, କୋରାପୁଟ, ବରଗଡ, ସୋନପୁର, ନୂଆପଡା, କଟକ,ଜଗତସିଂହପୁର, କେନ୍ଦ୍ରାପଡା ଏବଂ ମାଲକାନଗିରି ଠାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୫୧.୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୫.୦ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details