ଓଡିଶା

odisha

ETV Bharat / city

ଆସନ୍ତା ୫ ଦିନ ବଢିବ ତାପମାତ୍ରା

ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ଅନୁଭୂତ ହେବ । ଆସନ୍ତା ୫ ଦିନ ତାପମାତ୍ରା ବୃଦ୍ଧି ପାଇବ । ଅଧିକ ପଢନ୍ତୁ...

ଆସନ୍ତା ୫ ଦିନ ବଢିବ  ତାପମାତ୍ରା
ଆସନ୍ତା ୫ ଦିନ ବଢିବ ତାପମାତ୍ରା

By

Published : Mar 1, 2021, 11:01 PM IST

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ଅନୁଭୂତ ହେବ। ଆସନ୍ତା ୫ ଦିନ ତାପମାତ୍ରା ବୃଦ୍ଧି ପାଇବ।

ଆସନ୍ତା ୫ ଦିନ ବଢିବ ତାପମାତ୍ରା

ସ୍ବଭାବିକ ସର୍ବୋଚ୍ଚ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ରହିବ। ତେବେ ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଯାଜପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଭଦ୍ରକ, ମୟୁରଭଞ୍ଜ, ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସମୟରୁ ମୟୂରଭଞ୍ଜ, ବାଲେଶ୍ବର ,କେନ୍ଦୁଝର, ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ରେ ୬ ଟି ସହର ୩୯ ଡିଗ୍ରୀ ଛୁଇଁଛି। ବାରିପଦା ଓ ତାଳଚେର ସବୁଠୁ ଉତ୍ତପ୍ତ ସହର। ବାରିପଦା ଓ ତାଳଚେର ରେ ତାପମାତ୍ରା ୩୯.୮, ଅନୁଗୁଳ ୩୮.୭, ବୌଦ୍ଧ ୩୯.୫ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ୱର ରେ ସାଧାରଣ ଲୋକଙ୍କୁ ଟିକେ ଆସ୍ବସ୍ତି ମିଳିଛି ,ଭୁବନେଶ୍ୱର ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details