ଓଡିଶା

odisha

ETV Bharat / city

ବଦଳୁଛି ପାଣିପାଗ, ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାକୁ ନରସିଂହଙ୍କ ପ୍ରସ୍ତାବ - ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାକୁ ନରସିଂହଙ୍କ ପ୍ରସ୍ତାବ

ଦିନକୁ ଦିନ ବଦଳିବାରେ ଲାଗିଛି ପ୍ରକୃତିର ମିଜାଜ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଛି ଆକଳନ କରାଯାଇ ପାରୁନାହିଁ । ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ରାଜ୍ୟ । ଆଜି ବସିଥିବା ବିପର୍ଯ୍ୟୟ ପରିଚାଳନା କମିଟିରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଦୁଇଟି ପ୍ରସ୍ତାବ ଦେଇଛନ୍ତି କମିଟିର ଅନ୍ୟତମ ସଦସ୍ୟ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ନରସିଂହଙ୍କ
ନରସିଂହଙ୍କ

By

Published : Jun 17, 2022, 7:55 PM IST

ଭୁବନେଶ୍ବର: ଦିନକୁ ଦିନ ବଦଳିବାରେ ଲାଗିଛି ପ୍ରକୃତିର ମିଜାଜ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ କିଛି ଆକଳନ କରାଯାଇ ପାରୁନାହିଁ । ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ରାଜ୍ୟ । ଆଜି ବସିଥିବା ବିପର୍ଯ୍ୟୟ ପରିଚାଳନା କମିଟିରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଦୁଇଟି ପ୍ରସ୍ତାବ ଦେଇଛନ୍ତି କମିଟିର ଅନ୍ୟତମ ସଦସ୍ୟ ନରସିଂହ ମିଶ୍ର ।

ବଦଳୁଛି ପାଣିପାଗ, ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାକୁ ନରସିଂହଙ୍କ ପ୍ରସ୍ତାବ

ନରସିଂହ କହିଛନ୍ତି ବଦଳୁଥିବା ପାଣିପାଗର ମୁକାବିଲା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ଅନୁଧ୍ୟାନ କରାଯାଉ । ଭବିଷ୍ୟତ ପାଇଁ ଆଗୁଆ ପଦକ୍ଷେପ ନେବା ଲାଗି ସେମାନଙ୍କର ସହଯୋଗ ମଗାଯାଉ । ତାହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ବ୍ୟବସ୍ଥା କରାଯାଉ । ପରିବେଶ ସୁରକ୍ଷିତ ନୁହେଁ । ତାହାକୁ କେମିତି ମୁକାବିଲା କରାଯିବ, ସେ ନେଇ ବିଶେଷଜ୍ଞଙ୍କ ସହଯୋଗରେ ଯୋଜନା କରାଯାଉ । ନହେଲେ ବଜେଟରେ ଯେତେ ଟଙ୍କା ଦେଲେ ବି ସେ ଅର୍ଥ ହୀନ ହୋଇଯିବ ବୋଲି ସେ କହିଛନ୍ତି ।

ସେପଟେ ନରସିଂହଙ୍କ ପ୍ରସ୍ତାବ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜଳବାୟୁ ପରିବର୍ତ୍ତନ ସହ ତାଳ ଦେଇ ଯିବାକୁ ହେଲେ ଓଡିଶାରେ କଣ କରାଯାଇପାରିବ, ସେଥିଲାଗି ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରସ୍ତାବ ଦେଇଛନ୍ତି । ବିଭାଗ ଏହାର ତଦାରଖ କରି ବୈଜ୍ଞାନିକ ମାନଙ୍କ ସହ ଆଲୋଚନା କରିବ । ଏହାକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ପ୍ରମିଳା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details